ଅପରାଧ

ବାଳକକୁ ପିଟିପିଟି ମାରିଦେଲେ

Published

on

ଯୋଡ଼ା ୧୯/୧୨ : କିଛି ଦୁର୍ବୃତ୍ତ ଜଣେ ୧୨ ବର୍ଷର ବାଳକକୁ ପିଟିପିଟି ହତ୍ୟା କରିଛନ୍ତି । ଚନ୍ଦନ ମୁଣ୍ଡା ନାମକ ଏହି ବାଳକ ଜଣକ ଗତକାଲି ଦୁଇ ସାଙ୍ଗଙ୍କ ସହ ବଜାରକୁ ଯାଇଥିଲା । ତେବେ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଗତକାଲି ରାତିରୁ ଖୋଜାଖୋଜି କରିଥିଲେ ମଧ୍ୟ ତାକୁ ପାଇନଥିଲେ । ଆଜି ସକାଳୁ ଯୋଡ଼ା ଲହଣ୍ଡା କଳାପାହାଡ଼ରେ ତାକୁ ଏକ ଗଛରେ ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା । ଲୋକମାନେ ତାକୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି ଚମ୍ପୁଆ ହସ୍ପିଟାଲକୁ ନେବାବେଳେ ବାଟରେ ତାର ମୃତ୍ୟୁ ଘଟିଥିଲା । କିଏ, କେଉଁ ଉଦ୍ଦେଶ୍ୟରେ କାହିଁକି ଚନ୍ଦନକୁ ଗଛରେ ବାନ୍ଧି ପିଟିପିଟି ମାରିଲା ସେ ସମ୍ପର୍କରେ କିଛି ସ୍ପଷ୍ଟ ଜଣାପଡ଼ିନାହିଁ । ପୋଲିସ ଶବ ବ୍ୟବଚ୍ଛେଦ କରି ଘଟଣାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *

Trending

Exit mobile version