ରେମୁଣା ୩୦/୧୧ : ବାଲେଶ୍ୱର ଜିଲ୍ଲା ରେମୁଣା ଅଂଚଳର ବାଳଗୋପାଳପୁର ଜଗନ୍ନାଥ ମନ୍ଦିରରେ ଏକ ଗଣ ବିବାହ ପର୍ବ ଅନୁଷ୍ଠିତ ହୋଇଯାଇଛି । ଗତ ୪ ବର୍ଷ ହେଲା ମନ୍ଦିରର ପ୍ରତିଷ୍ଠା ଦିବସରେ ଏଭଳି ଗଣ ବିବାହ ଉତ୍ସବ ଅନୁଷ୍ଠିତ ହୋଇ ଆସୁଛି । ଚଳିତବର୍ଷ ମନ୍ଦିର ପ୍ରତିଷ୍ଠା ଦିବସରେ ୫୨ ଯୋଡ଼ି ବର-କନ୍ୟା ପରସ୍ପରର ପାଣି ଗ୍ରହଣ କରିଛନ୍ତି । ସବୁଠୁ ବଡ଼ କଥା ହେଲା ଯେ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏଥିରେ ମୁଖ୍ୟ ପୁରୋଧା ଭାବେ ଯୋଗଦେଇ ସମସ୍ତ ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇଛନ୍ତି । ବିବାହ ପୂର୍ବରୁ ନବଦମ୍ପତିମାନଙ୍କୁ ନୂଆ ପୋଷାକ, ଗହଣା ଓ ଘରକରଣା ସାମଗ୍ରୀ ସହ ଆର୍ଥିକ ସହାୟତା ମଧ୍ୟ ଦିଆଯାଇଥିଲା ।