World

ବାହରିନରେ ରଥଯାତ୍ରା

Published

on

*

ବାହରିନ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅବସରରେ ସଗାୟା ଠାରେ ଅବସ୍ଥାପିତ ଇସ୍କନ ମନ୍ଦିର ଓ ବାହରିନ ଓଡ଼ିଆ ସମାଜ ମିଳିତ ଆନୁକୂଲ୍ୟରେ ମହାପ୍ରଭୁଙ୍କ ରଥଯାତ୍ରା ବିଧି ପାଳନ ପୂର୍ବକ ଅନୁଷ୍ଠିତ ହୋଇ ଯାଇଛି ।

କୋଭିଡ ସୁରକ୍ଷା ସହିତ ଟୀକାକରଣ ହୋଇଥିବା ଦଶ ଦଶ ଜଣ ଭକ୍ତଙ୍କ ଦ୍ୱାରା ପାଳି ପୂର୍ବକ ଏହି ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ଇସ୍କନ ମନ୍ଦିର ଅଧ୍ୟକ୍ଷ ବର୍ଦ୍ଧରାଜନ ପ୍ରଭୁ, ଓଡ଼ିଆ ସମାଜ ବାହରିନର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ଅରୁଣ କୁମାର ପ୍ରହରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭାରତ ରାଷ୍ଟ୍ରଦୂତ ପୀୟୂଷ ଶ୍ରୀବାସ୍ତବ, ଅନ୍ୟ ଗଣ୍ୟମାନ୍ୟବ୍ୟକ୍ତି, ଓଡ଼ିଆ ସମାଜର ସଭ୍ୟ, ଇସ୍କନର କର୍ମକର୍ତ୍ତା କୋଭିଡ ସୁରକ୍ଷା ସହିତ ଦଶ ଜଣ ଲେଖାଏଁ ଏହି ଉତ୍ସବରେ ସାମିଲ ହୋଇଥିଲେ ।

ପୁରୀ ଶ୍ରୀକ୍ଷେତ୍ର ସମୟ ଓ ନୀତିକାନ୍ତିକୁ ଅନୁସରଣ କରି ଏହି ରଥଯାତ୍ରା ପାଳନ ହୋଇଥିବାରୁ ଓଡ଼ିଆ ସମାଜ ବାହରିନ ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ବିଶ୍ବ ଓଡ଼ିଶା ସଦ୍ଭାବନା ରାଷ୍ଟ୍ରଦୂତ ଡ. ଅରୁଣ ପ୍ରହରାଜ ଖୁସି ବ୍ୟକ୍ତ କରିବା ସହିତ ବାହରିନ ସରକାର, ଓଡ଼ିଆ ସମାଜ ସଭ୍ୟ ଓ ଇସ୍କନ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ପ୍ରକାଶ ଥାଉକି ଏହି ପବିତ୍ର ଅବସରରେ ରଥଯାତ୍ରା ଭଜନ ସନ୍ଧ୍ୟା ୱେବ ମାଧ୍ୟମରେ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version