ସୋନପୁର ୧୬/୩ : ବାଙ୍କିପାଲି ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗତକାଲି ରାତିରେ ବାହାଘରରେ ମିଠା ଖାଇ ୨୦ ଜଣ ବ୍ୟକ୍ତି ଝାଡାବାନ୍ତିରେ ଅସୁସ୍ଥ ହୋଇଛନ୍ତି । ଅସୁସ୍ଥଙ୍କୁ ଡୁଙ୍ଗୁରିପାଲି ମେଡିକାଲରେ ଭର୍ତି କରାଯାଇଛି ।
ସୂଚନାନୁସାରେ, ଗତକାଲି ସୋନପୁରର ବାଙ୍କିପାଲି ଗାଁରେ ଏକ ବାହାଘର ଥିଲା । ବାହାଘରରେ ବିଭିନ୍ନ ପ୍ରକାର ମିଠା ପ୍ରସ୍ତୁତ କରାଯାଇଥିଲା । ସେହି ମିଠାକୁ ଗାଁ ଲୋକମାନେ ଖାଇଥିଲେ । ଖାଇବାର କିଛି ସମୟ ପରେ କିଛି ଲୋକ ଝାଡାବାନ୍ତି ରୋଗର ଆକ୍ରାନ୍ତ ହୋଇଥିଲେ । ଫଳରେ ୨୦ ଜଣ ଅସୁସ୍ଥ ହୋଇଛନ୍ତି ।