ବାହୁବଳୀ ଷ୍ଟାର ପ୍ରଭାସ ଖୁବଶୀଘ୍ର ଫିଲ୍ମ “ସାହୋ” ରେ ନଜର ଆସିବେ । ଫିଲ୍ମ ତିଆରିର ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି । ପ୍ରଭାସଙ୍କ ଜନ୍ମଦିନରେ ୨୩ ଅକ୍ଟୋବରରେ ରିଲିଜ୍ କରାଯାଇଛି । ତିଆରି ଭିଡିଓ ୨୪ ଘଣ୍ଟା ଭିତରେ ୧୦ ଲକ୍ଷରୁ ଉଦ୍ଧ୍ୱର୍ ଦେଖିସାରିଲେଣି । ଏକ୍ସନରେ ଭରପୂର ଥିବା ଭିଡିଓ ଏପର୍ଯ୍ୟନ୍ତ ୧୫ ଲକ୍ଷରୁ ଉର୍ଦ୍ଧ୍ୱ ହିଟସ ମିଳି ସାରିଲାଣି ।
ଫିଲ୍ମରେ ନିଲ ନିତିନ ମୁକେଶ ନେଗେଟିଭ୍ ଭୂମିକାରେ ଅଭିନୟ କରୁଛନ୍ତି । ଫିଲ୍ମ ତିଆରିର ଭିଡିଓ ନିଲ ନିତିନ ତାଙ୍କ ଇଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଆଉ ଭିଡିଓ କ୍ୟାପସନରେ “ସାହୋ… ୟହ ସୋ କା ବକ୍ତ ହେ” ଲେଖିଛନ୍ତି । ଶ୍ରଦ୍ଧା କପୁର ବି ଏହି ଫିଲ୍ମରେ ନଜର ଆସୁଛନ୍ତି । ବାହୁବଳୀ ଏବଂ ବାହୁବଳୀ-୨ ପରେ ପ୍ରଭାସ ଏହି ଫିଲ୍ମରେ ଅଭିନୟ କରୁଛନ୍ତି । ପ୍ରାୟ ୩୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଛି ଫିଲ୍ମ ।
ଫିଲ୍ମରେ ଜବରଦସ୍ତ ଏକ୍ସନ ଏବଂ ଥ୍ରୀଲର ରହିଛି । ସଲମାନ ଖାଁଙ୍କ ‘ଟାଇଗର ଜିନ୍ଦା ହେ’ ଫିଲ୍ମ ପରେ ଏବେ ଏହି ଫିଲ୍ମର ସୁଟିଂ ଅବୁଧାବିରେ କରାଯାଇଛି ।