ରାଜସ୍ଥାନ ୩୧/୩ : ରାଜସ୍ଥାନର ସିରୋହୀ ଜିଲ୍ଲାରେ ଏୟାରଫୋର୍ସର ମିଗ୍-୨୭ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି । ସିରୋହୀ ଜିଲ୍ଲାର ଶିବଗଂଜ ନିକଟରେ ଏହି ଦୁର୍ଘଟଣା ହୋଇଛି । ଦୁର୍ଘଟଣା ପରେ ସୂଚନା ପାଇ ଏୟାରଫୋର୍ସ, ପୁଲିସ ଓ ପ୍ରଶାସନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଆଇଜି ସଚିନ ମିତ୍ତଲ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେବା ସହିତ ଶିବଗଂଜ ନିକଟରେ ମିଗ୍-୨୭ ପ୍ଲେନ ଦୁର୍ଘଟଣା ହୋଇଥିବା କହିଛନ୍ତି ।
କୁହାଯାଉଛି କି ମିଗ୍-୨୭ ୟୁପିଜି ଏୟାରକ୍ରାଫ୍ଟ ରୁଟିନ ମିଶନରେ ବାହାରିଥିଲା, ସେତେବେଳେ ଶିବଗଂଜର ଓଡାନା ନିକଟରେ ପାଇଲଡ ଜାହାଜ ଉପରେ ନିୟନ୍ତ୍ରଣ ହରାଇଥିଲେ ଏବଂ ଫାଇଟର ପ୍ଲେନ ଆସି ମାଟିରେ ମାଡ ହୋଇଥିଲା ।
ଏହା ପୂର୍ବରୁ ଫେବ୍ରୁଆରୀ ମାସରେ ରାଜସ୍ଥାନର ଜୈସଲମେର ଠାରେ ଏକ ମିଗ-୨୭ ଗ୍ରାଉଣ୍ଡ ଆଟାକ୍ ଏୟାରକ୍ରାଫ୍ଟ ଦୁର୍ଘଟଣା ହୋଇଥିଲା । ମିଗ୍-୨୭ ପ୍ଲେନ ଖୋତଲାଇ ଗାଁ ନିକଟରେ ଫିଲ୍ଡ ଫାୟରିଂ ରେଞ୍ଜରେ ଉଡୁଥିବା ବେଳେ ଖସିପଡିଥିଲା ।