ନୂଆଦିଲ୍ଲୀ: ରାଜସ୍ଥାନ କ୍ୟାଡରର ୧୯୮୮ ମସିହା ବ୍ୟାଚ ଆଇପିଏସ ଅଫିସର ପଙ୍କଜ ସିଂହଙ୍କୁ ବିଏସଏଫ ବା ସୀମା ସୁରକ୍ଷା ବଳର ମହା ନିର୍ଦେଶକ ଭାବେ ନିଯୁକ୍ତି ମିଳିଛି। ସେ ସିଂହ ବିଏସଏଫର ମୁଖିଆ ପଦରେ ୩୧ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ରହିବେ।
ସିଂହ ବିଏସଏଫ ର ସ୍ୱତନ୍ତ୍ର ଡିଜି ଭାବେ କାର୍ଯ୍ୟ କରୁଥିଲେ।
ସେହିଭଳି ତାମିଲନାଡୁ କ୍ୟାଡରର ୧୯୮୮ବ୍ୟାଚ ଆଇପିଏସ ଅଫିସର ସଞ୍ଜୟ ଅରୋରା ଆଇଟିବିପି ବା ଇଣ୍ଡୋ-ତିବତୀଅନ ବୋର୍ଡର ପୋଲିସର ମହା ନିର୍ଦେଶକଭାବେ ନିଯୁକ୍ତି ମିଳିଛି। ସେ ବର୍ତ୍ତମାନର ଡିଜି ଏସଏସ ଦେଶୱାଲଙ୍କ ଅବସର ପରେ ଅଗଷ୍ଟ ୩୧, ୨୦୨୧ରେ ଆଇଟିବିପିର ମୁଖିଆ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ। ସେ ଜୁଲାଇ ୩୧, ୨୦୨୫ରେ ଅବସର ନେବେ।
ଅରୋରା ସିଆରପିଏଫର ସ୍ୱତନ୍ତ୍ର ନିର୍ଦେଶକ ପଦବୀରେ ଥିଲେ।
ଏଜିଏମୟୁଟି କ୍ୟାଡରର ୧୯୮୮ ମସିହା ବ୍ୟାଚ ଆଇପିଏସ ଅଫିସର ବାଲଜି ଶ୍ରୀବାସ୍ତଵଙ୍କୁ ବ୍ୟୁରୋ ଅଫ ପୋଲିସ ରିସଚ ଆଣ୍ଡ ଡେଭଲପମେଣ୍ଟର ମୁଖିଆ ଭାବେ ନିଯୁକ୍ତି ମିଳିଛି। ସେ ୩୧ ମାର୍ଚ୍ଚ ୨୦୨୪ରେ ଅବସର ଗ୍ରହଣ କରିବେ।