ରାଜନୀତି

ବିଏସପିରେ ଯୋଗଦେଲେ କୃଷ୍ଣଚନ୍ଦ୍ର ସଗରିଆ

Published

on

ଭୁବନେଶ୍ୱର ୩/୨ : କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଆଜି ବହୁଜନ ସମାଜ ପାର୍ଟି (ବିଏସପି)ରେ ଯୋଗ ଦେଇଛନ୍ତି । ଏଠାରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ତାଙ୍କ ସହ ତାଙ୍କର କେତେଜଣ ସମର୍ଥକ ମଧ୍ୟ ବିଏସପିରେ ସାମିଲ ହୋଇଛନ୍ତି । ଏହି ସଭାରେ ଦଳର ରାଜ୍ୟ ପ୍ରଭାରୀ ଧରମବୀର ସିଂ ଉଦବୋଧନ ଦେଇଥିଲେ । ସେ କହିଥିଲେ ଯେ, ଆସନ୍ତା ନିର୍ବାଚନରେ ତାଙ୍କ ଦଳ ବିଧାନସଭାର ସମସ୍ତ ୧୪୭ଟି ଆସନରେ ପ୍ରାର୍ଥୀ ଦେବ । ସୂଚନାଯୋଗ୍ୟ ଯେ, କୃଷ୍ଣଚନ୍ଦ୍ର ସଗରିଆ ନିକଟରେ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version