ରାଜନୀତି

ବିଏସପି-ଏସପି ମେଣ୍ଟ ଘୋଷଣା : କଂଗ୍ରେସକୁ ଛାଡ଼ିଲେ ଦୁଇ ଆସନ

Published

on

ଲକ୍ଷେ୍ନା÷ ୧୨/୧ : ଆଗାମୀ ଲୋକସଭା ନିର୍ବାଚନରେ ବିଜେପିର ବିଜୟ ରଥକୁ ଅଟକାଇବା ପାଇଁ ଉତ୍ତରପ୍ରଦେଶରେ ବହୁଜନ ସମାଜ ପାର୍ଟି ଓ ସମାଜବାଦୀ ପାର୍ଟି ଏକ ହୋଇଛନ୍ତି । ଅବଶ୍ୟ ସେମାନେ କଂଗ୍ରେସକୁ ନିଜ ମେଣ୍ଟରେ ସ୍ଥାନ ଦେଇଛନ୍ତି । ବହୁଜନ ସମାଜ ପାର୍ଟି (ବିଏସ୍ପି) ଓ ସମାଜବାଦୀ ପାର୍ଟି (ଏସପି) ମୋଟ ୮୦ଟି ଆସନ ମଧ୍ୟରୁ ୩୮ଟି ଲେଖାଏଁ ଆସନରେ ଲଢ଼ିବେ । କଂଗ୍ରେସକୁ ୨ଟି ଆସନ ଦିଆଯାଇଥିବାବେଳେ ଅବଶିଷ୍ଟ ଦୁଇଟି ଆସନ ଅନ୍ୟ ସହଯୋଗୀ ଦଳକୁ ମିଳିବ । କଂଗ୍ରେସକୁ ରାଏବରେଲି ଓ ଆମେଥି ଆସନ ଛଡ଼ାଯାଇଛି । ଆଜି ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ବିଏସପି ମୁଖ୍ୟ ମାୟାବତୀ ଓ ଏସପି ମୁଖ୍ୟ ଅଖିଳେଶସିଂ ଯାଦବ ଏହା ଘୋଷଣା କରିଛନ୍ତି । ସେମାନେ କହିଛନ୍ତି ଯେ, ବିଜେପିର ସାମ୍ପ୍ରଦାୟିକତାବାଦୀ ଓ ଏକଛତ୍ରବାଦୀ ଶାସନରେ ଲୋକେ ଅତିଷ୍ଠ ହେଲେଣି । ଜନସାଧାରଣଙ୍କ ମଙ୍ଗଳ ପାଇଁ ଆମେ ଏହି ମେଣ୍ଟ କରିଛୁ ।

Leave a Reply

Your email address will not be published. Required fields are marked *

Trending

Exit mobile version