ୟୁପି ୧୮/୩ : ୟୁପିରେ ମହାମେଂଟ ଦ୍ୱାରା କଂଗ୍ରେସ ବିରୋଧରେ ଦୁଇଟି ଆସନରୁ ପ୍ରାର୍ଥୀ ନଓହ୍ଲାଇବା ପାଇଁ ନିଆଯାଇଥିବା ନିଷ୍ପତି ଉତରରେ କଂଗ୍ରେସ ରାଜ୍ୟର ୭ଟି ଆସନରେ ପ୍ରାର୍ଥୀ ନଓହ୍ଲାଇବା ପାଇଁ ଘୋଷଣା କରିଥିଲା । ତେବେ ବିଏସପି ସୁପ୍ରିମୋ ମାୟାବତୀ ଏବେ କଂଗ୍ରେସକୁ ଜୋରଦାର ଝଟକା ଦେଇଛନ୍ତି । କଂଗ୍ରେସ ୭ଟି ଆସନ ଛାଡିବା ଭ୍ରମରେ ନରହୁ, ଦଳ ରାଜ୍ୟର ୮୦ଟି ଆସନରୁ ଆଶାୟୀଙ୍କୁ ମଇଦାନକୁ ଓହ୍ଲାଇବ ତେଣୁ କଂଗ୍ରେସ ଭ୍ରମରେ ନରହୁ ବୋଲି ମାୟାବତୀ କହିଛନ୍ତି ।ବିଏସପି କଂଗ୍ରେସ ସହ କୋ÷ଣସି ମହାମେଂଟ କରିବ ନାହିଁ । ରାଜ୍ୟରେ ବିଜେପିକୁ ପରାଜିତ କରିବା ପାଇଁ ତାଙ୍କ ଦଳ ଏକା ସକ୍ଷମ ବୋଲି ମାୟାବତୀ କହିଛନ୍ତି । ବିଏସପି ଅଧ୍ୟକ୍ଷ ଟ୍ୱିଟ୍ କରିଛନ୍ତି କି, ଆମ ଦଳ ବିଜେପି ବିରୋଧରେ ଏକା ଲଢିବା ପାଇଁ ସକ୍ଷମ । କଂଗ୍ରେସ ଜୋର ଜବରଦସ୍ତ ୟୁପିରେ ମହାମେଂଟ କରିବା ପାଇଁ ୭ଟି ଆସନ ଛାଡିବାର ଭ୍ରମ ସୃଷ୍ଟି କରୁଛି । ୟୁପି ସହିତ ସମ୍ପୂର୍ଣ୍ଣ ପ୍ରଦେଶରେ କଂଗ୍ରେସ ସହ କୌଣସୀ ସମ୍ପର୍କ ନାହିଁ । ତେଣୁ ତାଙ୍କର ଦଳର ଲୋକମାନେ ଏହି ଭ୍ରମ ଭିତର ନଫଶିବା ପାଇଁ ମାୟାବତୀ ସ୍ପଷ୍ଟ କରିଛନ୍ତି ।