ଭୁବନେଶ୍ୱର ୨୧/୧୨ : କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଓଡ଼ିଶାକୁ ଫୋକସ ରାଜ୍ୟ ରୂପେ ଗ୍ରହଣ କରି ଏହି ରାଜ୍ୟରେ ଅନେକ ବିକାଶ କାର୍ଯ୍ୟକ୍ରମ କରିଚାଲିଛି ବୋଲି ଦଳ ପକ୍ଷରୁ କରାଯାଉଥିବା ପ୍ରଚାରକୁ ବିଜେଡ଼ି ସମାଲୋଚନା କରିଛି । ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, ବିଜେପି ପକ୍ଷରୁ ଓଡ଼ିଶାରେ ବିକାଶର ଯେଉଁ ସ୍ଲୋଗାନ ଦିଆଯାଉଛି ତାହା ବାସ୍ତବରେ “ବିକାଶର ବାକ୍ସ ନୁହେଁ, ଶିଳାନ୍ୟାସର ବାସ୍କେଟ” । ପୂର୍ବରୁ କେନ୍ଦ୍ର ସରକାର ବ୍ରାହ୍ମଣୀ ସେତୁ ଓ କୋଷ୍ଟାଲ ହାଇୱେର ଶିଳାନ୍ୟାସ କରିଥିଲେ । ତାହା ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ । କେବେଳ ଏତିକି ନୁହେଁ ୪ବର୍ଷ ତଳେ ଖଣ୍ଡଗିରିରେ ଓଭରବ୍ରିଜ ପାଇଁ ମଧ୍ୟ ବିଜେପି ପ୍ରତିଶ୍ରୁତି ଦେଇଥିଲା । ତାହା ବି ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ । ସମ୍ଭବତଃ ବିଜେପିର “ବିକାଶ ବାକ୍ସ”ରେ କଣା ହୋଇଯାଇଛି । ଫଳରେ ତାହା ଦିଲ୍ଲୀରୁ ଓଡ଼ିଶା ଆସିବା ବେଳକୁ ଉଡିଯାଉଛି ବୋଲି ଶ୍ରୀ ପାତ୍ର ଆକ୍ଷେପ କରିଛନ୍ତି ।