ଦେଶ ବିଦେଶ

ବିଛିନ୍ନତାବାଦୀ ପକ୍ଷରୁ ବନ୍ଦ ଡ଼ାକରା : ଘାଟିରେ ଯବାନ ମୁତୟନ

Published

on

କାଶ୍ମୀର ୨୪/୨ : ଆଜି କାଶ୍ମୀରରେ ବନ୍ଦ ଡାକରା ଦେଇଛି ବିଛିନ୍ନତାବାଦୀ ଦଳ ଜେଆରଏଲ। ବିଚ୍ଛିନ୍ନତାବାଦୀଙ୍କ ନେତା ୟାସିନ ମଲିକ ସମେତ ଜମାତ-ଏ-ଇସ୍ଲାମୀର ୨୦୦ଜଣ କର୍ମକର୍ତ୍ତାଙ୍କ ଗିରଫଦାରୀ ଏକ ଦମନକାରୀ ନୀତି ବୋଲି ଜେଆରଏଲ ମତବ୍ୟକ୍ତ କରିଛି। ଅନ୍ୟ ପଟେ ସୋମବାର ଉଚ୍ଚତମ ନ୍ୟାୟାଳୟରେ ୩୫ ଏ ଶୁଣାଣୀ ହେବାକୁ ଯାଉଛି। ଏହାର ପରିଣାମକୁ ଏବେ ସମଗ୍ର ଦେଶବାସୀ ଚାହିଁ ରହିଛନ୍ତି।
ଜାମ୍ମୁ-କାଶ୍ମୀରରେ ସୁରକ୍ଷା ବଳ ଶୁକ୍ରବାର ଦିନ ରାତିରେ ଚଢାଉ କରି ୧୫୦ ରୁ ଅଧିକ ବିଚ୍ଛିନ୍ନତାବାଦୀ ଓ ପଥର ଫିଙ୍ଗାଳିକୁ ହାଜତକୁ ନେଇଛନ୍ତି । ଏହି ଲୋକଙ୍କ ମଧ୍ୟରୁ ଅନେକ ଜମାତ –ଏ-ଇସ୍ଲାମୀ ସହ ଜଡ଼ିତ ଥିବା ଜଣାପଡ଼ିଛି । ଜମାତର ରାଜ୍ୟ ପ୍ରମୁଖ ଅବଦୁଲ ହମିଦ ଫୟାଜକୁ ମଧ୍ୟ ନିଜ ତତ୍ୱାବଧାନକୁ ନେଇଥିବା ବେଳେ ଜେକେଏଲଏଫ ପ୍ରମୁଖ ୟାସୀନ ମଲିକକୁ ମଧ୍ୟ ଗିରଫ କରି ସେଣ୍ଟ୍ରାଲ ଜେଲକୁ ପଠାଯାଇଛି । ଉତ୍ତତମ ନ୍ୟାୟାଳୟରେ ସୋମବାର ଦିନ ୩୫ଏ ଉପରେ ଶୁଣାଣୀ ପୂର୍ବରୁ ଘାଟିରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଏହି କାର‌୍ୟ୍ୟାନୁଷ୍ଠାନ ନିଆଯାଇଛି। ମାତ୍ର ପୋଲିସ ଏହାକୁ ନିୟମିତ ପ୍ରକ୍ରିୟା ଦର୍ଶାଇଛି
ବିଚ୍ଛିନ୍ନତାବାଦୀ ନେତା ସମେତ ଜମାତ ଇ ଇସଲାମୀ କାର‌୍ୟ୍ୟକର୍ତ୍ତାଙ୍କ ଉପରେ ଶୁକ୍ରବାର ରାତିରେ ହୋଇଥିବା ଏହି କାର‌୍ୟ୍ୟାନୁଷ୍ଠାନରେ ଶନିବାର ଘାଟିରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ରହିଥିଲା। ଫଳରେ ସମ୍ବେଦନଶୀଳ ଇଲାକାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶନିବାର ସକାଳେ ଉତ୍ତେଜନା ମାହୋଲ କାରଣରୁ ମୁଖ୍ୟବଜାରରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଅନେକ ଜାଗାରେ ପ୍ରଦର୍ଶନକାରୀ ଦୋକାନ ବନ୍ଦ କରାଇବା ସହିତ ଯାତାୟାତରେ ବାଧା ଦେଇଥିଲେ।

Leave a Reply

Your email address will not be published. Required fields are marked *

Trending

Exit mobile version