ରାଜନୀତି

ବିଜାତଳା ଜିତିଲା ବିଜେଡି : ୪ହଜାର ୨ଶହ ୧୨ ଭୋଟରେ ବିଜୟୀ

Published

on

ଭୁବନେଶ୍ୱର 7/12 : ବିଜାତଳାରେ ବାଜି ମାରିଲା ବିଜେଡ଼ି । ଗୌରିକଗଡ଼ ଜିତିଲା ବିଜୁ ଜନତା ଦଳ । ଯେଉଁ ଆସନରେ ବିଜେଡି ତୃତୀୟ ସ୍ଥାନରେ ଥିଲା, ସେଠି ବିଜେପି ଏବଂ ଜେଏମଏମକୁ ପଛରେ ପକାଇ ବିଜାତଳାରେ ବିପୁଳ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛି ବିଜେଡି । କୁହାଯାଉଛି ବିଜାତଳାର ଏହି ଛୋଟ ନିର୍ବାଚନ ରାଜ୍ୟ ରାଜନୀତିରେ ଏକ ବଡ ପ୍ରଭାବ ଆଣିବାକୁ ଯାଉଛି ।
ବିଜାତଳା ଜିଲ୍ଲା ପରିଷଦ ଜୋନ୍‌ ନଂ- ୩୨ ଆସନ ପାଇଁ ଅନୁଷ୍ଠିତ ଭୋଟରେ ବିଜେଡି ଦଳ ପାର୍ଥୀ ରଘୁନାଥ ମାଝି ନିକଟତମ ପ୍ରତିଦ୍ୱନ୍ଦି ବିଜେପି ପାର୍ଥୀଙ୍କୁ ୪୨୧୨ ଭୋଟରେ ହରାଇ ବିଜୟୀ ହୋଇଛନ୍ତି । ସୂଚନା ଯୋଗ୍ୟକି, ସ୍ୱାଧୀନତା ପରଠାରୁ ବିଜାତଳା ଜିଲ୍ଲା ପରିଷଦ ଜୋନ୍‌-୩୨ ଆସନଟି କେବେବି ତକ୍ରାଳିନ ଜନତା ଦଳ ଓ ବର୍ତ୍ତମାନର ବିଜୁ ଜନତା ଦଳ ଜିତିପାରିନଥିଲେ । ପ୍ରଥମଥର ବିଜୁ ଜନତା ଦଳ ବିପୁଳ ବିଜୟ ହାସଲ କରିଛି । ଏହି ଆସନଟି ଗତ ୨ଟି ନିର୍ବାଚନରେ ବିଜେପି ଓ ଜେଏମଏମ କବଜାରେ ରହିଥିଲା । କି;ୁ ଏଥର ଉପର୍ନିବାଚନରେ ବିଜେଡିର ବିପୁଳ ବିଜୟ ପ୍ରମାଣ କରିଛି ଯେ, ବିଜେଡି ସହିତ ବିଜେପି କିମ୍ବା ଅନ୍ୟ ଦଳଗୁଡିକ ଆଗାମୀ ବିଧାନସଭା ର୍ନିବାଚନ ଦୃଷ୍ଟିକୋଣରୁ ଆଦୌ ତୁଳନୀୟ ନୁହନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version