National

ବିଜୁବାବୁଙ୍କ ଡାଇଲଗ ମାରିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ

Published

on

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓଡ଼ିଶାର ପୁର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଡାଇଲଗ ଦୋହରାଇଛନ୍ତି।

ବହୁ ବର୍ଷ ପରେ ୧୯୯୫ରେ ବିଜୁବାବୁ ଯେତେବେଳେ ନିର୍ବାଚନ ଜିତି ମୁଖ୍ୟମନ୍ତ୍ରୀ ହେଲେ ସେତେବେଳେ ସେ ଏକାକୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଶପଥ ଗ୍ରହଣ ଉତ୍ସବ ପରେ ତାଙ୍କୁ ଯେତେବେଳେ ସାମ୍ବାଦିକମାନେ ମନ୍ତ୍ରିମଣ୍ଡଳ ଗଠନ କେବେ ହେବ ବୋଲି ପ୍ରଶ୍ନ କରିଥିଲେ ସେତେବେଳେ ତାଙ୍କର ପାଲଟା ପ୍ରଶ୍ନ ଥିଲା “ମୁଁ ଏକାକୀ ଯଥେଷ୍ଟ ନୁହେଁ?

ଠିକ ସେହିଭଳି ମଧ୍ୟପ୍ରଦେଶ ମନ୍ତ୍ରିମଣ୍ଡଳର ସଂପ୍ରସାରଣ।ହେବାର ସାତ ଦିନ ବିତି ଯାଇଥିଲେ ବି ବିଭାଗ ବଣ୍ଟନ ହୋଇ ପାରୁନାହିଁ ବୋଲି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ଚତୁର୍ଥଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିବା ଚୌହାନ କହିଛନ୍ତି ” ମୁଁ ଏକାକୀ ଯଥେଷ୍ଟ ନୁହେଁ କି?” ସେ କହିଛନ୍ତି ” ମୁଁ ସବୁ ବିଭାଗର ମନ୍ତ୍ରୀ।”

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ଚୌହାନ କୋଭିଡ ମହାମାରୀ ପରିଚାଳନା ପାଇଁ ଏକ ପାଞ୍ଚଜଣିଆ ଛୋଟିଆ କ୍ୟାବିନେଟ ଗଠନ କରିଥିଲେ। ହେଲେ ରାଜ୍ୟରେ ମହାମରୀର ଦୌରାତ୍ମ୍ୟ ସତ୍ୱେ ରାଜନୈତିକ ଚାପରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିବାକୁ ପଡିଲା। ଏବଂ ଚୌହାନଙ୍କୁ ୩୪ ଜଣିଆ ଏକ ଜୁମ୍ବୋ କ୍ୟାବିନେଟ ଗଠନ କରିବାକୁ ପଡିଲା।ଜ୍ୟୋତିରଦିତ୍ୟ ସିନ୍ଧିଆଙ୍କ ବିଧାୟକଙ୍କୁ ଏବଂ ଦଳର କେନ୍ଦ୍ରୀୟ ନେତୃତ୍ବକୁ ସନ୍ତୁଷ୍ଟ କଲାବେଳକୁ ଚୌହାନଙ୍କ ନିଜଲୋକ ସବୁ ବଳି ପଡିଗଲେ। ଏବେ ବିଭାଗ ବଣ୍ଟନରେ ବି ସିନ୍ଧିଆ ଏବଂ କେନ୍ଦ୍ର ନେତୃତ୍ବ ମଧ୍ୟରେ ଟଣାଓଟରରେ ବିଭାଗ ବଣ୍ଟନ ହୋଇ ପାରୁ ନାହିଁ। ଚୌହାନଙ୍କ ଘନଘନ ଦିଲ୍ଲୀ ଗସ୍ତ ପରେ ବି ହିସାବ ଛିଣ୍ଡି ପାରୁନି।

 

Leave a Reply

Your email address will not be published. Required fields are marked *

Trending

Exit mobile version