ଭୁବନେଶ୍ୱର ୧୧/୩ : ବିଜେଡିରେ ସାମିଲ ହେଲେ ପୂର୍ବତନ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର । ଖୋର୍ଦ୍ଧା ଗଡ଼କୁ ଦଖଲ କରିବାରେ ବିଜେଡିକୁ ବଳ ଦେବେ ପୂର୍ବତନ ବିଜେପି ନେତା ଜିତୁ ମିତ୍ର । ଏନେଇ ଆଜି ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶଙ୍ଖ ଧରିଛନ୍ତି ଜିତୁ । ପ୍ରଥମେ ସେ ବିଜେଡିରେ ଥିଲେ । ପରେ ସେ ବିଜେପିରେ ସାମିଲ ହୋଇଥିଲେ । ତେବେ ବର୍ତ୍ତମାନ ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର ସାହୁ ଏବଂ ହଜାର ହଜାର ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି ଜିତୁ ମିତ୍ର ।
ବିଜେପି ଛାଡି ସେ ପୁଣି ବିଜେଡିରେ ସାମିଲ ହୋଇଛନ୍ତି । ଜିତୁ ବିଜେଡ଼ିକୁ ବଳ ଦେବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଆଉ ଏହାର ଭିତରେ ଟିକେଟ ପାଇଁ ଆରମ୍ଭ ହୋଇଯାଇଛି ନେତାଙ୍କ ଜୋରଦାର ଲଢେଇ । ଆଜି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ମାଳ ମାଳ ନେତା ଆଉ ଏହାରି ସଙ୍ଗରେ ପୁଣି ଥରେ ବିଜେଡିକୁ ଫେରିଛନ୍ତି ଖୋର୍ଧାର ପୂର୍ବତନ ବିଧାୟକ ଜିତୁ ମିତ୍ର ।