ରାଜନୀତି

ବିଜେଡିର ନୂଆ ଅଭିଯାନ : ଘରେ ଘରେ ଶଙ୍ଖ

Published

on

ଭୁବନେଶ୍ୱର ୪/୩ : ବିଜେଡିର ନୂଆ ଅଭିଯାନ ଆରମ୍ଭ । ଏହି ଅଭିଯାନର ନାଁ ରହିଛି ଘରେ ଘରେ ଶଙ୍ଖ- ମତାମତ ଦିଅନ୍ତି ଆପଣ ପାଳନ କରନ୍ତି ନବୀନ । ଆସନ୍ତାକାଲି ପଂଚାୟତିରାଜ ଦିବସରେ ଏହି ଅଭିଯାନ ଆରମ୍ଭ ହେବ । ଏହି ଅଭିଯାନରେ ପ୍ରତ୍ୟେକ ଓଡିଆଙ୍କୁ ସାମିଲ କରାଯିବ ବୋଲି ଆଜି ଦଳ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ସେହିଭଳି ତୃଣମୂଳ ସ୍ତରରୁ ସଂଗ୍ରହ କରାଯିବ ଲୋକମତ । ସରକାରଙ୍କ ବିଭିନ୍ କଲ୍ୟାଣକାରୀ ଯୋଜନାର ସଫଳ କାର‌୍ୟ୍ୟକାରିତା ପାଇଁ ଉପାଦାନ ସଂଗ୍ରହ କରାଯିବ ଓ ସମୟର ଆବଶ୍ୟକତା ଅନୁସାରେ ନୂଆ ପ୍ରସ୍ତାବ ଗ୍ରହଣ କରାଯିବ । ଏହାକୁ ନେଇ ପ୍ରସ୍ତୁତ ହେବ ଦଳର ଇସ୍ତାହାର ଓ ଏହାକୁ କାର‌୍ୟ୍ୟକାରୀ କରିବାକୁ ଦଳ ସଂକଳ୍ପବଦ୍ଧ ବୋଲି କହିଛି ବିଜେଡି ।
ଜନସାଧାରଣଙ୍କର ଆଶା ଆକାଂକ୍ଷାକୁ ପୂରଣ କରିବା ସହିତ ଓଡିଶାର ସ୍ୱାଭିମାନ ଓ ସମ୍ମାନକୁ ବିଜୁ ଜନତା ଦଳ ଅଗ୍ରାଧିକାର ଦେଇଥିବାରୁ ଲୋକମାନଙ୍କ ଭିତରେ ଏହାର ଗ୍ରହଣୀୟତା ବଢି ଚାଲିଛି , ଯାହା ଏକ ଆଂଚଳିକ ଦଳ ପାଇଁ ନିଶ୍ଚିତ ରୂପେ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି । ବିଜୁ ଜନତା ଦଳର କାର‌୍ୟ୍ୟକ୍ରମ ହେଉଛି ଲୋକମାନଙ୍କର ଆଶା ଓ ଭରଷାକୁ ନେଇ । ବିଜୁ ଜନତା ଦଳ ତାର ଜନକଲ୍ୟାଣ କାର‌୍ୟ୍ୟକ୍ରମ ପ୍ରସ୍ତୁତ କରେ ଲୋକମତ ଆଧାରରେ । ଯାହାକୁ କାର‌୍ୟ୍ୟକାରୀ କରିବା ପାିଁ ସବୁପ୍ରକାର ଉଦ୍ୟମ କରିଥାଏ । ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୃତି ପ୍ରତିବଦ୍ଧତାର ସହିତ କାର‌୍ୟ୍ୟକାରୀ କରିବା ପାଇଁ ବିଜୁ ଜନତା ଦଳ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି ବୋଲି ଦଳ କହିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version