ରାଜନୀତି

ବିଜେପିକୁ ନା କଂଗ୍ରେସକୁ ଯିବି ତାହା ଦୁଇଦିନ ପରେ ଜଣାପଡ଼ିବ : ଦାମ

Published

on

ଭୁବନେଶ୍ୱର ୧୩/୩ : ଦାମ ରାଉତଙ୍କ ରାଜନୈତିକ କ୍ୟାରିଅର ନେଇ ସସପେନ୍ସ ଲାଗି ରହିଛି । ସେ ଦିନେ ଦୁଇ ଦିନ ମଧ୍ୟରେ କୈାଣସି ଦଳରେ ଯୋଗ ଦେବେ ବୋଲି ଆଜି ଗମମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ସେ ବିଜେପି ନା କଂଗ୍ରେସକୁ ଯିବେ ସେ ନେଇ ସ୍ପଷ୍ଟ କରିନାହାନ୍ତି ।ପୂର୍ବତନ ବରିଷ୍ଠ ବିଜେଡି ନେତା ତଥା ପାରାଦ୍ୱୀପ ବିଧାୟକ ଦାମ ରାଉତ ବିଜେଡ଼ିରୁ ବାହାରିଥିବା ପରେ ଏବେ କେଉଁ ଦଳରେ ଯୋଗ ଦେବେ ତାହା ସ୍ପଷ୍ଠ ହୋଇନାହିଁ । ଦିନେ ଦୁଇ ଦିନ ମଧ୍ୟରେ କୈାଣସି ଦଳରେ ଯୋଗ ଦେବେ ବୋଲି ସୂଚନା ଦେଇଛନ୍ତି । ଏହାସହ ସେ କେଉଁ ଦଳରେ ଯୋଗ ଦେବେ ତାହା ସ୍ପଷ୍ଟ କରିନାହାନ୍ତି।
ସେ କହିଛନ୍ତି ଯେ, ଉଭୟ ବିଜେପି ଓ କଂଗ୍ରେସ ତାଙ୍କ ସହିତ ଆଲୋଚନା କରୁଛନ୍ତି । ଆଜି ମଧ୍ୟ ବିଜେପି ଶୀର୍ଷସ୍ଥରୀୟ ନେତାଙ୍କୁ ଭେଟିବାକୁ ଯିବାର କାର‌୍ୟ୍ୟ କ୍ରମ ଥିଲା । କିନ୍ତୁ ପତ୍ନୀ ଅସୁସ୍ଥ ଥିବାରୁ ଗଲେ ନାହଁ । କଂଗ୍ରେସ ସଭାପତି ମଧ୍ୟ ଦଳରେ ଯୋଗ ଦେବା ନେଇ ବାରମ୍ବାର ଟେଲିଫୋନ କରୁଛନ୍ତି । ପୁଅ,ଝିଅଙ୍କୁ ପ୍ରାର୍ଥୀ କରିବାକୁ ସେ କାହାକୁ କହିବେନି ବୋଲି ଦାମ କହିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version