ଭୁବନେଶ୍ୱର ୨୮/୩ : ବରିଷ୍ଠ ନେତା ବିଜୟ ମହାପାତ୍ର ଆଜି ପୁଣି ଭାରତୀୟ ଜନତା ପାର୍ଟିକୁ ପ୍ରତ୍ୟାବର୍ତନ କରିଛନ୍ତି । ଗତବର୍ଷ ନଭେମ୍ବର ୩୦ରେ ଇସ୍ତଫା ଦେଇଥିବା ବିଜୟ ଆଜି ବିଧିବଦ୍ଧ ଭାବେ ଦଳକୁ ଫେରିଛନ୍ତି । ଗତବର୍ଷ ନଭେମ୍ବର ୩୦ ତାରିଖରେ ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟ ଦଳରୁ ଇସ୍ତଫା ଦେଇଥିଲେ ।ଏହାପରେ ବିଜୟ ବିଜେଡି କିମ୍ବା କଂଗ୍ରେସକୁ ଫେରିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ଏହାକୁ ବିଜୟ ସସପେନ୍ସ ରଖିଥିଲେ । ସେ କେଉଁ ଦଳରେ ଯୋଗ ଦେଇନଥିଲେ । ତାଙ୍କ ପଲିଟିକାଲ କ୍ୟାରିଅର ଏକ ପ୍ରକାର ଅନ୍ତ ଘଟିଥିବା ଆଶଙ୍କା କରାଯାଉଥିଲା । ତେବେ ଆଜି ସମସ୍ତ ଆଶା ଆଶଙ୍କାର ଅନ୍ତ ଘଟିଛି । ବିଜୟ ପୁଣି ବିଜେପିରେ ସାମିଲ ହୋଇଛନ୍ତି । ଏହାପରେ ଦୀର୍ଘଦିନ ଧରି ବିଜୟ ମହାପାତ୍ରଙ୍କୁ ନେଇ ଲାଗିରହିଥିବା ସସପେନ୍ସର ଅନ୍ତ ଘଟିଛି ।
ବିଜେପିକୁ ଫେରିବା ପରେ ବିଜଯ କହିଛନ୍ତି ଯେ, ଅମିତ ଶାହା ଟେଲିଫୋନ ଯୋଗେ କଥା ହୋଇଥିଲେ । ଦେଶର ନୂଆ ପରିବର୍ତନ ପାଇଁ ଏକାଠି ହେବାକୁ ପଡିବ । ପୁରୁଣା କଥା ଭୁଲି ନୂଆ ସଂକଳ୍ପ ସହ ଆମେ ଆଗକୁ ବଢିବୁ ।