ରାଜନୀତି

ବିଜେପିରେ ମିଶିଲେ କେ ନାରାୟାଣ ରାଓ

Published

on

ଭୁବନେଶ୍ୱର ୨୦/୩ : ଦଳୀୟ ଟିକେଟ ନମିଳିବାରୁ ଗତକାଲି ବିଜେଡିରୁ ଇସ୍ତଫା ଦେବା ପରେ ଆଜି ବିଜେପିରେ ସାମିଲ ହୋଇଛନ୍ତି କେ ନାରାୟାଣ । ଆଜି ଭୁବନେଶ୍ୱରରେ ବିଜେପି କାର‌୍ୟ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀଙ୍କ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟ ବିଜେପିର ବହୁ ବରଷ୍ଠ ନେତାଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବରେ ପଦ୍ମ ଶିବିରରେ ଯୋଗ ଦେଇଛନ୍ତି ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ ନାରାୟାଣ ରାଓ ଏବଂ ତାଙ୍କର ସମର୍ଥକ । ତେବେ ସେ ବିଜେପି ପକ୍ଷରୁ ପାରଳାଖେମୁଣ୍ଡି ବିଧାନସଭା ଆସନରୁ ନିର୍ବାଚନ ଲଢ଼ି ପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ବିଜେପିରେ ସାମିଲ ହେବା ପରେ କେ ନାରାୟଣ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଟିକେଟ୍ ବଂଟନରେ ତାଙ୍କ ସହ ଅନ୍ୟାୟ କରାଯାଇଛି । ଯେଉଁ କାରଣରୁ ସେ ବିଜେଡିରୁ ଇସ୍ତଫା ଦେବା ସହ ବିଜେପିରେ ମିଶିବାକୁ ନିଷ୍ପତି ନେଇଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version