ରାଜନୀତି

ବିଜେପିରେ ଯୋଗ ଦେଲେ ଖାରବେଳ ସ୍ୱାଇଁ

Published

on

ଭୁବନେଶ୍ୱର ୨୫/୩ : ବିଜେପିରେ ଯୋଗ ଦେଲେ ଖାରବେଳ ସ୍ୱାଇଁ । ରାଜ୍ୟ କାର‌୍ୟ୍ୟାଳୟରେ ବିଧିବଦ୍ଧ ଭାବରେ ସେ ପଦ୍ମ ଧରିଛନ୍ତି । ତେବେ ନିର୍ବାଚନରେ ସେ ବିଜେଡିକୁ କଡା ଟକ୍କର ଦେବେ ବୋଲି ପୂର୍ବରୁ ଘୋଷଣା କରିଥିଲେ । ଏହାପରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଲେ ଖାରବେଳ । ତେବେ ପୂର୍ବରୁ ଖାରବେଳ କହିଥିଲେ ଯେ, ବିଜେପି ବୈଜୟନ୍ତଙ୍କୁ ନେବା ସ୍ପଷ୍ଟ କରୁଛି ଯେ ବିଜେପି ବର୍ତ୍ତମାନ ବିଜେଡି ସହ ଲଢେଇ କରିବାକୁ ପ୍ରସ୍ତୁତ । ମୁଁ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହଙ୍କ ସହ ଆଲୋଚନା କରିଛି । ରାଜ୍ୟରେ ଚାଲିଥିବା ଭ୍ରଷ୍ଟାଚାରୀ ସରକାରକୁ ଗାଦିଚ୍ୟୁତ କରିବାକୁ ଆମେ ବିଜେପି ସାଙ୍ଗେ ବୁଝାମଣା କରିବାକୁ ରାଜି ଅଛୁ । ଦରକାର ପଡିଲେ ବିଜେପିର ନିର୍ବାଚନୀ ଚିହ୍ନରେ ମଧ୍ୟ ଲଢିବାକୁ ପ୍ରସ୍ତୁତ । ଯଦିଓ ବିଜେପି ପକ୍ଷରୁ ଆମକୁ ସକାରାତ୍ମକ ସଙ୍କେତ ମିଳିଛି କିନ୍ତୁ ସ୍ପଷ୍ଟ ସମ୍ମତି ମିଳିନାହିଁ ବୋଲି କହିଥିଲେ ଖାରବେଳ ।

Leave a Reply

Your email address will not be published. Required fields are marked *

Trending

Exit mobile version