ରାଜନୀତି

ବିଜେପିର ଇସ୍ତାହାର ୱେବସାଇଟ ଉନ୍ମୋଚିତ

Published

on

ଭୁବନେଶ୍ୱର ୨୭/୧ : ରବିବାର ଭୁବନେଶ୍ୱରରେ ରାଜ୍ୟ ବିଜେପି ଇସ୍ତାହାର ୱେବସାଇଟ ଉନ୍ମୋଚିତ ହୋଇଛି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଦ୍ୱିତୀୟ ଇସ୍ତାହାର କମିଟି ବୈଠକରେ ୱେବସାଇଟ ଉନ୍ମୋଚନ କରାଯାଇଥିଲା । ଏହି ୱେବସାଇଟରେ ଆସନ୍ତା ୧୫ ତାରିଖ ସୁଦ୍ଧା ମତାମତ ରଖିବା ଲାଗି ରାଜ୍ୟବାସୀଙ୍କୁ ଆହ୍ୱାନ ଦିଆଯାଇଛି । ଇସ୍ତାହାରରେ କୃଷି ଓ କୃଷକ ସମସ୍ୟା, ଶିଳ୍ପ ଓ ଖାଦ୍ୟ ପ୍ରକ୍ରିୟାକରଣ ପ୍ଲାଣ୍ଟ ଏବଂ ସମବାୟ ଓ ଜଳସେଚନ ବ୍ୟବସ୍ଥାର ସମ୍ପ୍ରସାରଣ ସମ୍ପର୍କରେ ଗୁରୁତ୍ୱ ଦିଆଯାଇପାରେ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version