ରାଜନୀତି

ବିଜେପିର ନିର୍ବାଚନୀ ଇସ୍ତାହାର : ଗରିବ, ମହିଳା, ଓ ବେକାରୀ ସମସ୍ୟା ଦୂର କରିବା ଉପରେ ଗୁରୁତ୍ୱ

Published

on

ଭୁବନେଶ୍ୱର ୭/୪ : ବିଜେପିର ନିଜର ନିର୍ବାଚନୀ ଇସ୍ତାହାରରେ ୯ଟି ସଂକଳ୍ପ କରିଛି । ଏହା ନୂଆ ଓଡ଼ିଶା ଗଠନରେ ସହଯୋଗ କରିବ । ସଂକଳ୍ପ ପତ୍ରରେ ଗରିବ, ମହିଳା, ଓ ବେକାରୀ ସମସ୍ୟା ଦୂର କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଗରିବ ଓଡ଼ିଆକୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଦେବାକୁ ଆୟୁଷ୍ମାନ ଯୋଜନା ଲାଗୁ କରାଯିବ । ସେହିପରି ପ୍ରତ୍ୟେକ ଜିଲ୍ଲାରେ ମେଡ଼ିକାଲ କରିବ ବିଜେପି ସରକାର ।
ବିଜେପି ମହିଳାଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦେଇଛି । ‘ଶୈଳବାଳା ଟୁ ହୁଇଲର୍ ଯୋଜନା’ରେ +୨ ଶିକ୍ଷା ପାସ୍ କରିଥିବା ମେଧାବୀ ଛାତ୍ରୀଙ୍କୁ ଦୁଇଚକିଆ ଯାନ ମାଗଣାରେ ଦିଆଯିବ । ‘ସୁଭଦ୍ରା ସମୃଦ୍ଧି ଯୋଜନା’ ଦ୍ୱାରା ୧୦ମ ଶ୍ରେଣୀ,୧୨ଶ ଶ୍ରେଣୀ ଓ ଅଣ୍ଡର ଗ୍ରାଜୁଏଟ୍ ଶ୍ରେଣୀରେ ନାମ ଲେଖାଉ ଥିବା ପ୍ରତ୍ୟେକ ଛାତ୍ରୀଙ୍କୁ ଯଥାକ୍ରମେ ୧୦,୦୦୦, ୧୫,୦୦୦ ଓ ୧୦,୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ମହିଳା ସ୍ୱୟଂ ସହାୟିକ ଗୋଷ୍ଠୀ ନେଇଥିବା ଋଣର ୧,୦୦,୦୦୦ ଟଙ୍କା ପର‌୍ୟ୍ୟନ୍ତ ଛାଡ଼ କରାଯିବ । ୩ ଲକ୍ଷ ପର‌୍ୟ୍ୟନ୍ତ ସୁଧମୁକ୍ତ ଋଣ ପ୍ରଦାନ ପାଇଁ ୨୦୦୦ କୋଟି ଟଙ୍କାର ରିଭଲ୍ଭିଂ ଫଣ୍ଡ୍ ଗଠନ କରାଯିବ । ମହିଳାମାନଙ୍କ ପ୍ରତି ହେଉଥିବା ଅପରାଧର ତଦନ୍ତ ଓ ଶୀଘ୍ର ଶୁଣାଣି ପାଇଁ ପ୍ରତ୍ୟେକ ଜିଲ୍ଲାରେ ଫାଷ୍ଟ୍ ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରାଯିବ । କଂଗ୍ରେସ ଭଳି ବିଜେପି ମଧ୍ୟ ବିଧବାଙ୍କୁ ମାସିକ ୧୦୦୦ ଟଙ୍କା ଓ ୭୯ ବର୍ଷରୁ ଉଦ୍ଧ୍ୱର୍ ବୟସର ବିଧବା ମହିଳାଙ୍କୁ ୧୫୦୦ ଟଙ୍କା ଦେବ । ପିଏମ୍ ମାତୃ ବନ୍ଦନା ଯୋଜନାରେ ପ୍ରସୂତିଙ୍କୁ ୯୦୦୦ ଟଙ୍କାକୁ ବୃଦ୍ଧି କରାଯିବ ।
ଚାଷୀଙ୍କୁ ମଧ୍ୟ ଧ୍ୟାନରେ ରଖାଯାଇଛି । ୬୦ ବର୍ଷ ପରେ ବିଭିନ୍ନ ବର୍ଗର ଚାଷୀଙ୍କୁ ମାସିକ ୩ ହଜାର ଟଙ୍କା ଭତା ପ୍ରଦାନ କରାଯିବ । ବିନାସୁଧରେ ସମସ୍ତ ଭାଗଚାଷୀ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଋଣ ପ୍ରଦାନ କରାଯିବ । ସରକାର ଗଢ଼ିବାର ୧୫୦ ଦିନ ମଧ୍ୟରେ ଚିନିକଳ ମାଲିକମାନେ ବକେୟା ରଖିଥିବା ଆଖୁଚାଷୀଙ୍କ ପାଉଣା ପ୍ରଦାନ କରିବାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ।
ରାଜ୍ୟର ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି/ଆତ୍ମନିଯୁକ୍ତି ଯୋଗାଇ ଦେବ ବିଜେପି । ୩୦୦୦ କୋଟି ଟଙ୍କାର ରିଭଲ୍ଭିଂ ଫଣ୍ଡ ଜରିଅ ଆତ୍ମନିଯୁକ୍ତି ଯୋଗାଇ ଦିଆଯିବ । ଏହା ଦ୍ୱାରା ୧% ସୁଧ ହାରରେ ୩ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଋଣ ମଧ୍ୟ ମିଳିପାରିବ । ଅନ୍ୟପକ୍ଷେ ଆଦିବାସୀ କଲ୍ୟାଣ ଓ ଉତ୍ଥାନ ପାଇଁ ୩ ମାସ ମଧ୍ୟରେ ପେସା ଆଇନ ଲାଗୁ କରାଯିବ ।

Leave a Reply

Your email address will not be published. Required fields are marked *

Trending

Exit mobile version