ରାଜନୀତି

ବିଜେପିର ଲାଲ ଚୁଡ଼ି ପ୍ରତିବାଦ

Published

on

ଭୁବନେଶ୍ୱର ୧୩/୧ : ପିପିଲି ଗଣଦୁଷ୍କର୍ମ ଘଟଣାରେ ପୀଡିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ସୋମବାରଠାରୁ ପୁଣି ରାସ୍ତାକୁ ଓହ୍ଲାଇବ ବିଜେପି । ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଆସନ୍ତା କାଲିଠାରୁ ଲାଲ ଚୁଡ଼ି ସଂଗ୍ରହ କରାଯାଇ ନାରୀଙ୍କୁ ସୁରକ୍ଷା ମିଳୁନଥିବା ଘଟଣାର ପ୍ରତିବାଦ କରାଯିବ । ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ବିଜେପି ମହିଳାମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଯେ, ୧୪ ଓ ୧୮ ତାରିଖରେ ରାଜ୍ୟର କେତେକ ସ୍ଥାନରେ ବାଲୁକା କଳା ମାଧ୍ୟମରେ ନାରୀ ସୁରକ୍ଷା ନେଇ ସଚେତନତା ସୃଷ୍ଟି କରାଯିବ । ୧୫ ତାରିଖରେ ବିଭିନ୍ନ ନିର୍ବାଚନମଣ୍ଡଳୀରେ ଥିବା ପ୍ରମୁଖ ମନ୍ଦିରଗୁଡ଼ିକରେ ପ୍ରାର୍ଥନା ସଭା କରାଯିବ । ୧୭ ତାରିଖରେ ପ୍ରତିବାଦ ସଭା ଆୟୋଜନ କରାଯାଇଛି । ୧୮ ତାରିଖରେ ବିଜେଡ଼ି ବିଧାୟକଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ କରାଯିବ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଲାଲ ଚୁଡ଼ି ପଠାଯିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version