ରାଜନୀତି

ବିଜେପିର ସଂକଳ୍ପ ପତ୍ର ଅତି ନିମ୍ନମାନର ଓ ଅହଙ୍କାର ପୂର୍ଣ୍ଣ : ରାହୁଲ

Published

on

ନୂଆଦିଲ୍ଲୀ ୯/୪ : ବିଜେପିର ଏହି ସଂକଳ୍ପ ପତ୍ର ଅତି ନିମ୍ନମାନର ଓ ଅହଙ୍କାର ପୂର୍ଣ୍ଣ । ସେ କହିଛନ୍ତି ଲୋକଙ୍କ ସହ ଅଲୋଚନା କରାଯାଇ ପ୍ରସ୍ତୁତ କରାଯାଇଛି କଂଗ୍ରେସର ଇସ୍ତାହାର । ଏହା କୋଟି କୋଟି ଭାରତୀୟଙ୍କ ସ୍ୱର । ଏହା ବେଶ୍ ଶକ୍ତିଶାଳୀ । କିନ୍ତୁ ବିଜେପି ଇସ୍ତାହାର ଏକ ବନ୍ଦ୍ କୋଠରୀରେ ପ୍ରସ୍ତୁତ କରାଯାଇଛି । ଏହା ଲୋକଙ୍କଠାରୁ ଦୂରେଇ ରହୁଥିବା ଜଣେ ମଣିଷର ସ୍ୱର । ବିଜେପିର ଏହି ସଂକଳ୍ପ ପତ୍ର ଅତି ନିମ୍ନମାନର ଓ ଅହଙ୍କାର ପୂର୍ଣ୍ଣ ବୋଲି ଟୁଇଟ୍ କରି ଲେଖିଛନ୍ତି ରାହୁଲ ।
ସେପଟେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କଂଗ୍ରେସର ନିର୍ବାଚନୀ ଇସ୍ତାହାରକୁ ସମାଲୋଚନା କରି କହିଛନ୍ତି କି କଂଗ୍ରେସର ଇସ୍ତାହାରରେ ଭାରତ କଥା କମ୍, ପାକିସ୍ତାନ ସପକ୍ଷରେ ବେଶି ପ୍ରତିଶ୍ରୁତି ରହିଛି। ‘ପ୍ରଥମ ଥର ଭାରତ ସୀମା ପାର୍ କରି ଆତଙ୍କବାଦୀମାନଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି। ମାତ୍ର କଂଗ୍ରେସ ପ୍ରମାଣ ମାଗି ଚାଲିଛି। ଲୋକମାନେ ସଶସ୍ତ୍ର ବଳକୁ ବିଶ୍ୱାସ କରୁଛନ୍ତି ମାତ୍ର କଂଗ୍ରେସ ନେତାମାନେ କରିପାରୁ ନାହାନ୍ତି। ଯେଉଁ ଜିନିଷକୁ ପାକିସ୍ତାନ ଦୁନିଆ ସାରା ବୁଣିବାକୁ ଚାହୁଁଛି କଂଗ୍ରେସ ତାକୁ ପ୍ରଚାର କରିବାରେ ଲାଗିଛି।’ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି।

Leave a Reply

Your email address will not be published. Required fields are marked *

Trending

Exit mobile version