ରାଜନୀତି

ବିଜେପି ଏକମାତ୍ର ଦଳ, ଯିଏ ଜନଜାତିଙ୍କ ବିକାଶ ଚାହେଁ : ଅମିତ ଶାହା

Published

on

ପୁରୀ ୩/୨ : ବିଜେପି ହେଉଛି ଏକମାତ୍ର ଦଳ, ଯିଏ ଜନଜାତିଙ୍କୁ ସମ୍ମାନ ଦିଏ । କେବଳ ସମ୍ମାନ ଦିଏନାହିଁ ସେମାନଙ୍କ ବିକାଶ ପାଇଁ ମଧ୍ୟ ଅଙ୍ଗୀକାରବଦ୍ଧ । ଆଜି ପୁରୀଠାରେ ବିଜେପି ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ସମାବେଶର ଅନ୍ତିମ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଏହା ପ୍ରକାଶ କରିଛନ୍ତି ବିଜେପି ସଭାପତି ଅମିତ ଶାହା । ସେ କହିଛନ୍ତି ଯେ, ସଂସଦରେ ବିଜେପିର ସର୍ବାଧିକ ଜନଜାତି ସାଂସଦ ଅଛନ୍ତି । ସେମାନଙ୍କ ସଂଖ୍ୟା ୩୨ । ବର୍ତ୍ତମାନର ବିଜେପି ସରକାର ହିଁ ଜନଜାତିଙ୍କ ବିକାଶ ଲାଗି ଜିଲା ଖଣିଜ ପାଣ୍ଠି ଗଠନ କରିଛନ୍ତି ।
ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ ଓଡ଼ିଶାର ବିକାଶ ବ୍ୟାହତ ହୋଇଛି ବୋଲି ଅଭିଯୋଗ କରି ସେ କହିଛନ୍ତି ଯେ, ହସ୍ପିଟାଲରେ ଡାକ୍ତର ନାହାନ୍ତି କି ବହୁ ଅଂଚଳର ଲୋକଙ୍କୁ ପାନୀୟ ଜଳ ମିଳୁନାହିଁ । ରତ୍ନଭଣ୍ଡାର ସୁରକ୍ଷାରେ ମଧ୍ୟ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଓଡ଼ିଆ କହିପାରୁଥିବା ଜଣେ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ବାଛିବା ଲାଗି ସେ ଓଡ଼ିଶାର ଭୋଟଦାତାମାନଙ୍କୁ ଆହ୍ୱାନ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version