National

ବିଜେପି ଦଳର ମହାନ ଉତ୍ତରଜୀବୀ

Published

on

ନୂଆଦିଲ୍ଲୀ: କଥାରେ ଅଛି ବିଳେଇର ନଅ ଟି ଜୀବନ। ଅର୍ଥାତ ବିଲେଇ ଏକ ମହାନ ଉତ୍ତରଜୀବୀ ପ୍ରାଣୀ।

ସେହିଭଳି ବିଜେପି ନେତା ଭୂପେନ୍ଦ୍ର ଯାଦବ ଜଣେ ମହାନ ଉତ୍ତରଜୀବୀ ରାଜନେତା। ତା ନହେଲା ଦଳରେ ପଦପଦବୀରେ ଏତେଦିନ ଧରି ବଞ୍ଚି ରହିବା ସମ୍ଭବ ନୁହେଁ।

ବିଗତ ଏକ ଦଶନ୍ଧି ଧରି ସେ ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ପଦରେ ରହି ଆସିଛନ୍ତି। ଇତି ମଧ୍ୟରେ ଦଳର ଚାରି ଚାରି ଜଣ ରାଷ୍ଟ୍ରୀୟ ସଭାପତି ଗଲେଣି । ହେଲେ ଭୂପେନ୍ଦ୍ରଙ୍କ ସାଧାରଣ ସମ୍ପାଦକ ପଦ ଯାଉନାହିଁ। ନିତିନ ଗଡ଼କାରୀ, ରାଜନାଥ ସିଂହ, ଅମିତ ସାହା ଜାତୀୟ ଟିମ ରେ ଭୂପେନ୍ଦ୍ର ଖେଳିଛନ୍ତି। ଏବେ ଜେ ପି ନଡ୍ଡାଙ୍କ ଟିମ୍ ରେ ବି ସେ ତାଙ୍କର ଖେଳ ଦେଖାଇବାକୁ ସ୍ଥାନ ପାଇଛନ୍ତି।

ଏକାଵନ ବର୍ଷୀୟ ରାଜସ୍ଥାନର ଏହି ରାଜନେତା ୨୦୧୨ ମସିହାରୁ ରାଜ୍ୟସଭା ସଭ୍ୟ ଅଛନ୍ତି।

Leave a Reply

Your email address will not be published. Required fields are marked *

Trending

Exit mobile version