ଦେଶ ବିଦେଶ

ବିଜେପି ନିର୍ବାଚନୀ ଇସ୍ତାହାରରେ ଦୁଇଟି ଭୁଲ୍ଭୁ : ସୁବ୍ରମଣ୍ୟମ

Published

on

ନୂଆଦିଲ୍ଲୀ ୧୦/୪ : ଦଳର ନିର୍ବାଚନୀ ଇସ୍ତାହାରରେ ଦୁଇଟି ସାଙ୍ଘାତିକ ଭୁଲ୍ ସୂଚାଇ ବୁଧବାର ଦିନ ଟ୍ୱିଟ୍ କରିଛନ୍ତି ବରିଷ୍ଠ ଭାରତୀୟ ଜନତା ପାର୍ଟିର ନେତା ଓ ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ। ସୋମବାର ଦିନ ‘ସଙ୍କଳ୍ପ ପତ୍ର’ ପ୍ରକାଶ କରିଥିବା ବିଜେପି ୨୦୨୨ ସୁଦ୍ଧା କୃଷକମାନଙ୍କର ଆୟ ଦୁଇଗୁଣା ବଢ଼ାଇବା ଲାଗି ପଣ କରିଛି। ସ୍ୱାମୀ ଦର୍ଶାଇଛନ୍ତି ଯେ ,୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣା କରିବା ଅର୍ଥ ‘ବାର୍ଷିକ ଅଭିବୃଦ୍ଧି ହାର ୨୪% କରିବା’ ଯାହା ହାସଲ କରିବା ଅତି କଷ୍ଟକର ବ୍ୟାପାର। ଅତି ବେଶୀରେ ବାର୍ଷିକ ଅଭିବୃଦ୍ଧି ହାର ୧୦% କରିହେବ। ସେ ଆହୁରି କହିଛନ୍ତି କି, ଇସ୍ତାହାରରେ ଉଲ୍ଲେଖ ରହିଥିବା ଭାରତର ତୁଳନାତ୍ମକ ‘ଗ୍ରସ୍ ଡୋମେଷ୍ଟିକ୍ ପ୍ରଡକ୍ଟ’ ତୃତୀୟ ବୃହତ୍ତମ’ ଷଷ୍ଠ ନୁହେଁ। ଏ ଦୁଇଟି ପ୍ରମାଦକୁ ସଂଶୋଧନ କରିବାକୁ ମୁଁ ରାଜନାଥ ସିଂହଙ୍କୁ ଖବର ଦେଇଛି।
କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ୨୦ ଜଣିଆ ବିଜେପି ଇସ୍ତାହାର କମିଟିର ମୁଖ୍ୟ ଥିଲେ। କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ, ନିର୍ମଳା ସୀତାରମଣ, ପୀୟୂଷ ଗୋୟଲ, ରବି ଶଙ୍କର ପ୍ରସାଦ, ମୁଖତାର ଅବାସ ନକଭି ଏବଂ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ ଅନ୍ୟ କେତେକ ସଦସ୍ୟ ଏହି କମିଟିରେ ଥିଲେ।

Leave a Reply

Your email address will not be published. Required fields are marked *

Trending

Exit mobile version