ଅପରାଧ

ବିଜେପି ନେତାଙ୍କୁ ହତ୍ୟା ଘଟଣା : ମୃତକଙ୍କ ପରିବାରକୁ ସମଦେବନା ଜଣାଇଲେ ମୁଖ୍ୟମନ୍ତ୍ରୀ

Published

on

ଭୁବନେଶ୍ୱର ୧୫/୪ : ବିଜେପି ନେତାଙ୍କ ହତ୍ୟାକୁ ଦୃଢ଼ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେପଟେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଶୋକପ୍ରକାଶ କରିଛନ୍ତି । ଏହି ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି ନବୀନ କହିଛନ୍ତି “ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ଏହି ଘଟଣାକୁ ଗୁରୁତ୍ୱର ସହ ନେବାକୁ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛନ୍ତି । ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସଙ୍କୁ ନିର୍ଦ୍ଦେଶ ଦେବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି । ଯଦ୍ୱାରା ଏପରି ହୀନ କାର‌୍ୟ୍ୟର ପୁନରାବୃତ୍ତି ହେବନାହିଁ ବୋଲି ମଧ୍ୟ କହିଛନ୍ତି । ଏହାସହ ଏ ଘଟଣା ନେଇ ଟ୍ୱିଟ୍ ମଧ୍ୟ କରିଛନ୍ତି ନବୀନ ପଟ୍ଟନାୟକ । ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ଖୋର୍ଦ୍ଧାରେ ହୋଇଥିବା ହିଂସାକୁ ମୁଁ ଦୃଢ ନିନ୍ଦା କରୁଛି। ଶୋକ ପ୍ରକାଶ କରିବା ସହିତ ତାଙ୍କ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି।
ନିର୍ବାଚନ କମିଶନଙ୍କୁ ଅନୁରୋଧ କରୁଛି ଏହି ଘଟଣାକୁ ଗୁରୁତ୍ବର ସହିତ ନିଅନ୍ତୁ ଏବଂ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଅନ୍ତୁ; ଯାହା ଦ୍ୱାରା ଏପରି ହୀନ କାର‌୍ୟ୍ୟର ପୁନଃରାବୃତ୍ତି ହେବନାହିଁ।
ବିଜେପି ନେତାଙ୍କ ହତ୍ୟା ଘଟଣାକୁ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନିନ୍ଦା କରିଛନ୍ତି । ଏହି ଘଟଣାରେ ମର୍ମାହତ ହେବା ସହ କହିଛନ୍ତି ଗଣତନ୍ତ୍ରରେ ହିଂସାରେ ସ୍ଥାନ ନାହିଁ । ଗଣତନ୍ତ୍ର ହେଉଛି ବାଲାଟର ଲଢେଇ, ବୁଲେଟର ନୁହେଁ । ପୋଲିସ ଡିଜିଙ୍କ ସହ କଥା ହେବା ସହ ଦଳୀୟ କାର‌୍ୟ୍ୟକର୍ତ୍ତାଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି । ସେପଟେ ବିଜେପି ନେତାଙ୍କ ହତ୍ୟା ପରେ ଖୋର୍ଦ୍ଧାରେ ଉତ୍ତେଜନା ଦେଖାଦେଇଛି । ଖୋର୍ଦ୍ଧାଦୁଇ ଘଂଟିଆ ବନ୍ଦ ପାଳନ କରାଯାଉଛି ।

Leave a Reply

Your email address will not be published. Required fields are marked *

Trending

Exit mobile version