ମାଲକାନଗିରି ୫/୪ : କେନ୍ଦ୍ର ବିରୋଧରେ ରଣହୁଙ୍କାର ଦେଲେ ବିଜେଡ଼ି ସୁପ୍ରିମୋ । କାଲିମେଳାର ସାଧାରଣ ସଭାରେ କେନ୍ଦ୍ର ଅବହେଳା କଥା ଉଠାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପି ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଶଙ୍ଖ ଚିହ୍ନରେ ଭୋଟ ଦେବାପାଇଁ ଆହ୍ୱାନ ଦେଇଛନ୍ତି ନବୀନ ।
ଆସନ୍ତା ୧୧ରେ ପ୍ରଥମ ପର୍ୟ୍ୟାୟ ନିର୍ବାଚନ । ନିର୍ବାଚନ ପାଖେଇ ଆସୁଥିବା ବେଳେ ନିର୍ବାଚନୀ ମଇଦାନକୁ ଓହ୍ଲାଇ ସାରିଛନ୍ତି ନବୀନ । ଆଜି ବିଜେପିକୁ ଲକ୍ଷ୍ୟ କରି ବେଶ ଆକ୍ରାମକ ଢ଼ଙ୍ଗରେ କାଲିମେଳାରେ ନିର୍ବାଚନ ପ୍ରଚାର କରିବା ସହ ଭୋଟ ମାଗିଛନ୍ତି ବିଜେଡ଼ି ସଭାପତି । ୨ ସାଂସଦ ଓ ବିଧାୟକଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି ନବୀନ । କେନ୍ଦ୍ର ସରକାର ଓ ବିଜେପିକୁ ସିଧା ଟାର୍ଗେଟ କରିଛନ୍ତି । ଓଡ଼ିଶାରେ ପ୍ରାକୃତିକ ବିପର୍ୟ୍ୟୟ ବେଳେ କେହି ଆସିଲେ ନାହିଁ । ବନ୍ୟା,ବାତ୍ୟା ବେଳେ ଦେଖାଦେଲେନି, ଆଉ ଏବେ ଭୋଟ ସମୟରେ ଓଡ଼ିଶା ଚାଲି ଆସୁଛନ୍ତି । ଓଡ଼ିଶା ପ୍ରତି କ୍ରମାଗତ ଅବହେଳା ହେଉଥିବା ଅଭିଯୋଗ କରି ଜନସାଧାରଣଙ୍କୁ ପ୍ରଶ୍ନ କରିବାକୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ ।
କାହାର ନା ନନେଇ ବିଜେପି ଉପରେ ବର୍ଷଛନ୍ତି ନବୀନ । ନିର୍ବାଚନ ଆସିଲାମାନେ ନେତାମାନେ ବଡ଼ ବଡ଼ କଥା କହିବେ । ହେଲେ ନିର୍ବାଚନ ଶେଷ ହେଲେ ଆଉ କାହାର ଦେଖା ମିଳିବ ନାହିଁ । ସାଢ଼େ ଚାରି କୋଟି ଓଡ଼ିଶାବାସୀ ମୋ ପରିବାର । କେବିକେ ଯୋଜନା ବନ୍ଦ କଲା କେନ୍ଦ୍ର । ପ୍ରତିଶ୍ରୁତି ଦେଇ କେନ୍ଦ୍ର ସରକାର ପାଳନ କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ନବୀନ ।