ସ୍ପେଶାଲ ରିପୋର୍ଟ

ବିଜେପି ପାଇଁ ୨୦୨୨ ଶୁଭଙ୍କର ନୁହେଁ, ବିଧାନସଭା ନିର୍ବାଚନରେ ଆଶାଜନକ ଫଳ ମିଳି ନ ପାରେ? ଜ୍ୟୋତିଷଙ୍କ ଭବିଷ୍ୟବାଣୀ

Published

on

ନୂଆଦିଲ୍ଲୀ: ଶାସକ ବିଜେପି ଦଳ ପାଇଁ ୨୦୨୨ ବିଶେଷ ଶୁଭଙ୍କର ହେବ ନାହିଁ।

ବିଜେପି ଦଳର ଜନ୍ମ କୋଷ୍ଠୀ ଗଣନାକରି ଜ୍ୟୋତିଷମନେ ବର୍ତ୍ତମାନଠୁ ଭବିଷ୍ୟବାଣୀ କଲେଣି ଯେ ୨୦୨୨ ବର୍ଷଟି ଦଳାପାଇଁ ଭଲ ନୁହେଁ।

ବିଜେପିର ଜନ୍ମ ୧୯୮୦ ମସିହା ଏପ୍ରିଲ ୬ ତାରିଖ । ବେଳା ପ୍ରାତଃ ୧୧ଟା ୪୫ ମିନିଟ। ସ୍ଥାନ ଦିଲ୍ଲୀ। ଏହି କୋଷ୍ଠୀ ଆଉ ଅତୀତରେ ଘଟିଥିବା ଘଟଣାଗୁଡିକୁ ବିଶ୍ଳେଷଣ କରି ଗଣକମାନେ ଦଳର ୨୦୨୨ର ଭବିଷ୍ୟତ ଆକଳନ କରିଛନ୍ତି।

ଗ୍ରହର ଚଲଣକୁ ବିଶ୍ଳେଷଣ କରି ହିସାବ କରିଛନ୍ତି ଯେ ଆଗାମୀ ୨୦୨୨ ରେ ହେବାକୁଥିବା ରାଜ୍ୟ ବିଧାନସଭା ନିର୍ବାଚନଗୁଡିକରେ ଦଳକୁ ଆଶାନୁରୂପକ ଫଳ ପାଇବ ନାହିଁ।

୨୦୨୨ ଫେବୃଆରୀ/ମାର୍ଚ୍ଚରେ ଉତ୍ତର ପ୍ରଦେଶ, ପଞ୍ଜାବ, ଗୋଆ ଓ ମଣିପୁର, ନଭେମ୍ବରରେ ହିମାଚଳ ପ୍ରଦେଶ ଏବଂ ଡେ଼ସେମ୍ବରରେ ଗୁଜରାଟରେ ବିଧାନସଭା ପାଇଁ ନିର୍ବାଚନ ହେବ।

ଗଣକମାନେ କହିଛନ୍ତି ଯେ ୨୦୨୨ରେ କେତକ ରାଜ୍ୟର ବିଜେପି ନେତୃତ୍ୱ ପରିବର୍ତ୍ତନ ହୋଇପାରେ।

ଜ୍ୟୋତିଷମନେ ଭବିଷ୍ୟବାଣୀ କରିଛନ୍ତି ଯେ ୨୦୨୨ ଫେବୃଆରୀ୧୪ରୁ ୨୦୨୩ ଜାନୁଆରୀ ୧୭ ମଧ୍ୟରେ ବିଜେପିର କିଛି ତୁଙ୍ଗନେତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ।

Leave a Reply

Your email address will not be published. Required fields are marked *

Trending

Exit mobile version