ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଆଜି ଷାଠିଏ ତମ ଜନ୍ମ ଦିନ। ହେଲେ ତାଙ୍କ ଜନ୍ମଦିନ ଚର୍ଚ୍ଚାରେ। ଅବଶ୍ୟ ଭିନ୍ନ ଏକ କାରଣରୁ।
ଜନ୍ମ ଦିନରେ ଆଜି ଦେଶ ଦେଖିବାକୁ ପାଇଲା ନଡ୍ଡାଙ୍କ ଯମଜ ଭାଇ ଜଗତ ଭୂଷଣ ନଡ୍ଡା।
ଯମଜ ଭାଇ ସହ ବିଜେପି ସଭାପତି
ସଭାପତି ନଡ୍ଡା ଟ୍ୱିଟ ମାଧ୍ୟମରେ ତାଙ୍କ ଭାଇଙ୍କ ଫଟୋ ଦେଇଛନ୍ତି। ଏବଂ ତାଙ୍କ ଯମଜ ଭାଇଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି।
ଜେ ପି ନଡ୍ଡାଙ୍କର ଜଣେ ଜୁଡ଼ବା ଭାଇ ଥିବା କଥା ପ୍ରାୟ ଅଜଣା ଥିଲା।
ସଭାପତି ନଡ୍ଡାଙ୍କ ଘରେ ଆଜି ଦୁଇ ଭାଇ ମିଶି ପରିବାର ସହ ସେମାନଙ୍କର ଷାଠିଏତମ ଜନ୍ମଦିନ ପାଲିଥିଲେ।