ଦେଶ ବିଦେଶ

ବିଜେପି ସରକାର ମିଛ ଓ ପ୍ରଚାର ସର୍ବସ୍ୱ : ପ୍ରିୟଙ୍କା

Published

on

ଅଯୋଧ୍ୟାର ଆଦିଲପୁରରେ ଏକ ରାଲିରେ ମୋଦିଙ୍କୁ ନିର୍ବାଚନୀ ତୀରରେ ଘାଇଲା କରିଛନ୍ତି ପ୍ରିୟଙ୍କା । ବିଜେପି ସରକାର ମିଛ ଓ ପ୍ରଚାର ସର୍ବସ୍ୱ ବୋଲି କହିଛନ୍ତି । ଜନସାଧାରଣଙ୍କ ଅସୁବିଧା ଶୁଣିବା ପାଇଁ କେହି ନାହାନ୍ତି । ଦେଶର ଯୁବୋଗାଷ୍ଠୀ ବେକାର । ବେକାରୀ ସମସ୍ୟା ଧୀରେ ଧୀରେ ବୃଦ୍ଧି ପାଉଥିଲେ ହେଁ ଏହାର କୌଣସି ସମାଧାନ ନାହିଁ । ମନରେଗାରେ କୃଷକଙ୍କୁ ୬-୬ ମାସ ପର‌୍ୟ୍ୟନ୍ତ ପାରିଶ୍ରମିକ ମିଳିପାରୁନାହିଁ । ମନରେଗାକୁ ବନ୍ଦ କରିବା ପାଇଁ ଜାଣିଶୁଣି ଏପରି ଷଡ଼ଯନ୍ତ୍ର କରାଯାଉଛି । ବିଜେପି ରାଜରେ ଲୋକଙ୍କ ସ୍ୱରକୁ ଚପାଇବାକୁ ଚେଷ୍ଟା କରାଯାଇଛି । ଏପରି ଦୁର୍ବଳ ସରକାର ଆଜି ପର‌୍ୟ୍ୟନ୍ତ ଶାସନଭାର ସମ୍ଭାଳିନାହାନ୍ତି । ମୋଦି ସାରା ଦୁନିଆ ବୁଲୁଛନ୍ତି, କିନ୍ତୁ ନିଜ ଲୋକଙ୍କୁ ସାକ୍ଷାତ କରିବା ପାଇଁ ସମୟ ନାହିଁ ।
ସୂଚନାଯୋଗ୍ୟ ଫୈଜାବାଦ ଆସନରୁ କଂଗ୍ରେସର ଟାଣୁଆ ନେତା ନିର୍ମଳ ଖତ୍ରୀ ନିର୍ବାଚନ ଲଢ଼ୁଛନ୍ତି । ନିର୍ମଳ ଖତ୍ରୀଙ୍କ ଜଣେ ପ୍ରଭାବଶାଳୀ ନେତା । ଏହି ଅଂଳଚରେ ପାଟିର ଦୁର୍ଦ୍ଦିନ ସମୟରେ ମଧ୍ୟ ଗଡ଼ ସମ୍ଭାଳିଛନ୍ତି ନିର୍ମଳ । ଅଯୋଧ୍ୟ ଲଢ଼େଇରେ କଂଗ୍ରେସ ତ୍ରିମୁଖୀ ଲଢ଼େଇ ପାଇଁ ପ୍ରସ୍ତୁତି କରୁଛି ।

Leave a Reply

Your email address will not be published. Required fields are marked *

Trending

Exit mobile version