ରାଜନୀତି

ବିଜେପୁର ନିର୍ବାଚନୀ ଜନସଭାରେ ମୁଖ୍ୟମନ୍ତ୍ରୀ : ବିଜେପୁରର ବିକାଶ ମୋର ଦାୟିତ୍ୱ

Published

on

ବିଜେପୁର ୧୬/୪ : ବିଜେପୁରରେ ଦଳ ପକ୍ଷରୁ ଆୟୋଜିତ ଜନସଭାରେ ଯୋଗ ଦେଇ ବିଜେପୁରବାସୀଙ୍କୁ ଉଦବୋଧନ ଦେବା ସହ କବି ଗଙ୍ଗାଧର ମେହେରଙ୍କ ପବିତ୍ର ମାଟିକୁ ମୋର ନମସ୍କାର କହି ଅଭିଭାଷଣ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ନିଜ ଅଭିଭାଷଣରେ ନବୀନ କହିଛନ୍ତି ଯେ, ଗତ ଉପ ନିର୍ବାଚନ ବେଳେ ମୁଁ ବିଜେପୁର ଆସିଥିଲି । ଆପଣଙ୍କର ସ୍ନେହ ଓ ଆଦର ମୋତେ ବହୁତ ଭଲ ଲାଗିଥିଲା । ଆପଣଙ୍କ ଅଂଚଳରୁ ବହୁ ବନ୍ଧୁମାନେ ମୋତେ ବିଜେପୁରରୁ ଲଢିବାକୁ ଅନୁରୋଧ କରିଥିଲେ । ଆଉ ଆପଣଙ୍କ ଅନୁରୋଧ କ୍ରମେ ମୁଁ ଏଠାରୁ ଲଢିବାକୁ ନିଷ୍ପତି ନେଲି ବୋଲି କହିଛନ୍ତି ନବୀନ ।
ତେବେ ବିଜେପରୁ ସଭା ମଂଚରୁ ବି କେନ୍ଦ୍ର ଉପରେ ବର୍ଷିଛନ୍ତି ନବୀନ । ‘କାଳିଆରେ ୪୦ ଲକ୍ଷ ଚାଷୀ ଉପକୃତ ହେଲେଣି । ହେଲେ କେନ୍ଦ୍ର ଏହାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ମୁଁ ଥିବା ଯାଏଁ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ନବୀନ । ବିଜେପୁରର ବିକାଶ ମୋର ଦାୟିତ୍ୱ । ଆପଣମାନେ ମୋର ପରିବାର ।’ ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ ଏବଂ ସାଂସଦ ପ୍ରାର୍ଥୀ ପ୍ରସନ୍ନ ଆଚାର‌୍ୟ୍ୟ ଏବଂ ବିଧାୟକ ପ୍ରାର୍ଥୀ ଭାବେ ତାଙ୍କୁ(ନବୀନ ପଟ୍ଟନାୟକ) ବିପୁଳ ମାତ୍ରାରେ ଭୋଟ୍ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
ଏହାପୂର୍ବରୁ ବରଗଡ ନିର୍ବାଚନୀ ସଭାରୁ ୨କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ନବୀନ । ବରଗଡ ଧନୁଯାତ୍ରା ପଡିଆରେ ଆୟୋଜିତ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ୨ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ । ନବୀନ କହିଛନ୍ତି ଦିଲ୍ଲୀରେ ଓଡିଶା ପାଇଁ ନେତାମାନେ ପାଟି ଖୋଲୁ ନାହାଁନ୍ତି । ନିର୍ବାଚନ ସମୟ ଆସିଲେ ଓଡିଶାରେ ପ୍ରଚାର କରୁଛନ୍ତି । ପୁଣି ଦେଖା ମିଳିବନି । ଏହା ସହିତ କହିଛନ୍ତି କାଳିଆ ଟଙ୍କାକୁ କେହି ବନ୍ଦ୍ କରିପାରିବେ ନାହିଁ । ତାଙ୍କ ସରକାର କ୍ଷମତାକୁ ଆସିବାର ପ୍ରଥମ ଦିନରେ ହିଁ କାଳିଆ ଯୋଜନାର ଦୁଇଟି କିସ୍ତିର ୧୦ ହଜାର ଟଙ୍କା ସମସ୍ତ ଚାଷୀଙ୍କ ଅକାଉଂଟକୁ ଯିବ ।

Leave a Reply

Your email address will not be published. Required fields are marked *

Trending

Exit mobile version