ଭୁବନେଶ୍ୱର ୨୨/୨ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ସଦାଶିବ ପ୍ରଧାନୀ ନାଲକୋର ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ପଦବୀରୁ ଇସ୍ତଫା ଦେଇ ଆଜି ନବୀନ ନିବାସରେ ବିଜେଡ଼ିରେ ଯୋଗ ଦେଇଛନ୍ତି । ବିଜେଡ଼ି ପ୍ରତି ଆସ୍ଥା ପ୍ରକଟ କରି ବିଜେଡ଼ିରେ ଯୋଗେ ଦେଇଥିବା ଶ୍ରୀ ପ୍ରଧାନୀଙ୍ୁ ସଭାପତି ଶ୍ରୀ ପଟ୍ଟନକ ସ୍ୱାଗତ କରିବା ସହ କହିଥିଲେ ଯେ, ସଦାଶିବଙ୍କ ଯୋଗଦାନ ନବରଙ୍ଗପୁର ଜିଲ୍ଲାରେ ବିଜେଡ଼ିର ଶକ୍ତି ବୃଦ୍ଧିରେ ସହାୟକ ହେବ । ଏହି ଅବସରରେ ଶ୍ରୀ ପ୍ରଧାନୀ କହିଥିଲେ ଯେ, ବିଜୁବାବୁ ଏବଂ ଖଗପତି ପ୍ରଧାନୀଙ୍କ ଆଦର୍ଶ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ, ନିର୍ବଳ ନେତୃତ୍ୱରେ ଅନୁପ୍ରାଣି ହୋଇ ଆଜି ବିଜେଡ଼ିରେ ମୁ ଯୋଗ ଦେଇଛି । ମୁଁ ସାଧାରଣ ଜୀବନରୁ ଆସିଛି । ତେଣୁ ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାର ବିକାଶ ପାଇଁ କାମ କରିବି ବୋଲି ଶ୍ରୀ ପ୍ରଧାନୀ କହିଛନ୍ତି ।
ଉକ୍ତ ଯୋଗଦାନ କାର୍ଯ୍ୟକ୍ରମରେ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ଦଳର ସାଧାରଣ ସମ୍ପାଦକ ତଥା ନବରଙ୍ଗପୁର ଜିଲ୍ଲା ପର୍ଯ୍ୟବେକ୍ଷକ ବିଧାୟକ ସଞ୍ଜୟ ଦାସବର୍ମା, ସାଂସଦ ବଳଭଦ୍ର ମାଝୀ, ପ୍ରତାପ କେଶରୀ ଦେବ, ନବରଙ୍ଗପୁର ବିଧାୟକ ମନୋହର ରନ୍ଧାରୀ, ଜିଲ୍ଲା ବିଜେଡ଼ି ସଭାପତି ପ୍ରହଲ୍ଲାଦ ତ୍ରିପାଠୀ, ଜିଲ୍ଲା ଅନୁସୂଚିତ ଜନଜାତି ଉନ୍ନୟନ ପରିଷଦ ଅଧ୍ୟକ୍ଷ ମୋତିରାମ ନାଏକ, ରାଜ୍ୟ ସମ୍ପାଦକ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।