ଭୁବନେଶ୍ୱର ୨୭/୩ : ବିଜେଡ଼ିରେ ଯୋଗଦେଲେ ସୁବାସ ଚୋ÷ହ୍ୱାନ । ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି ସୁବାସ ଚୌହ୍ୱାନ । ସୁବାସଙ୍କୁ ବିଜେଡିରେ ଭଲ ସ୍ଥାନ ଦିଆଯିବ ବୋଲି କହିଛନ୍ତି ନବୀନ । ତେବେ ବିଜେଡିରେ ସାମିଲ ହେବାର କାରଣ ମଧ୍ୟ ସ୍ପଷ୍ଟ କରିଛନ୍ତି ସୁବାସ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷି ସୁବାସ କହିଛନ୍ତି ଯେ, ମୋତେ କୁରୁକ୍ଷେତ୍ରରେ ୨ଟି ଚରିତ୍ର ଦିଶୁଛି , ଗୋଟିଏ ଚରିତ୍ର ହେଲା ଯୁଧିଷ୍ଠୀରଙ୍କ ଏବଂ ଅନ୍ୟଟି ହେଲା ଅହଂକାରୀ ଦୁର୍ୟୋଧନର । ମୁଁ ନବୀନ ବାବୁଙ୍କୁ ଯୁଧିଷ୍ଠୀର ହିସାବରେ ଦେଖିଲି ଏବଂ ତାଙ୍କ ପକ୍ଷ ନେଲି । ଆଉ ଧର୍ମ ରୂପି ନବୀନବାବୁଙ୍କ ସହ ମିଶି ଅଧର୍ମୀ ତଥା ଅହଂକାରୀ ଧର୍ମେନ୍ଦ୍ରଙ୍କ ବିରୋଧରେ ଲଢେଇ ଜାରି ରଖିବୁ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ସୁବାସ ଚୌହାନ ।