ଭୁବନେଶ୍ୱର ୨୪/୩ : ବିଜେଡ଼ିରେ ଯୋଗ ଦେଲେ ବରିଷ୍ଠ କଂଗ୍ରେସ ନେତା ଜାତିୟା ମୁଣ୍ଡା । ୩୫ ଜଣ କର୍ମୀଙ୍କ ସହ ଆଜି ଆନୁଷ୍ଠାନିକ ଭାବେ ବିଜେଡ଼ିରେ ଯୋଗ ଦେଇଛନ୍ତି ଜାତିୟା ମୁଣ୍ଡା । କଂଗ୍ରେସ ଟିକଟ ନ ମିଳିବାରୁ ସୁନ୍ଦରଗଡ଼ ଟାଙ୍ଗରପାଲି ବ୍ଲକ୍ ଚେୟାରମ୍ୟାନ ଜାତିୟା ମୁଣ୍ଡା ନିଜ ଅନୁଗତଙ୍କ ସହ ବିଜେଡ଼ିରେ ଯୋଗ ଦେଇଛନ୍ତି ।
ଆଜି ନବୀନ ନିବାସରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିବା ବେଳେ ଏହା ଦଳକୁ ମଜବୁତ କରିବ ବୋଲି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି ।