ରାଜନୀତି

ବିଜେଡ଼ି ଦ୍ୱିତୀୟ ପର‌୍ୟ୍ୟାୟ ନିର୍ବାଚନରେ ଭଲ ପ୍ରଦର୍ଶନ କରିଛି : ମୁଖ୍ୟମନ୍ତ୍ରୀ

Published

on

ଭୁବନେଶ୍ୱର ୧୯/୪ : ବିଜେଡ଼ି ଦ୍ୱିତୀୟ ପର‌୍ୟ୍ୟାୟ ନିର୍ବାଚନରେ ଭଲ ପ୍ରଦର୍ଶନ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦ୍ୱିତୀୟ ପର‌୍ୟ୍ୟାୟ ନିର୍ବାଚନ ନେଇ ଦମ୍ଭୋକ୍ତି କରିଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର କିଛି ଏପରି ଢ଼ଙ୍ଗରେ ରଖିଛନ୍ତି ବିଜେଡ଼ି ସଭାପତି । ନିର୍ବାଚନ ପୂର୍ବରୁ ମଧ୍ୟ କିଛି ଏପରି ଦମ୍ଭୋକ୍ତି ଦେଖାଇଥିଲେ ମୁଖ୍ୟମନ୍ତ୍ରୀ । ଚଳିତ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବା ସହ ପୁଣି ରାଜ୍ୟରେ ସରକାର ଗଢ଼ିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଦୁଇଟି ପର‌୍ୟ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଆଉ ଦୁଇ ପର‌୍ୟ୍ୟାୟରେ ନିର୍ବାଚନ ବାକି ରହିଛି । ସୂଚନାଯୋଗ୍ୟ ଗତକାଲି ୫ଟି ଲୋକସଭା ଓ ୩୫ ଟି ବିଧାନସଭା ପାଇଁ ଭୋଟଗ୍ରହଣ ହୋଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version