ଭୁବନେଶ୍ୱର ୧୨/୧୨ : ଆଗାମୀ ନିର୍ବାଚନରେ ରାଜ୍ୟରେ ବିଜେଡ଼ି ସହ କଂଗ୍ରେସର ସିଧାସଳଖ ଲଢ଼େଇ ହେବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ବିଜେପି କଂଗ୍ରେସ ପାଇଁ ଆଦୋ÷ ଏକ ଚାଲେଞ୍ଜ ନୁହେଁ । ବିଜେପି ଓ ବିଜେଡ଼ି ଏବେ ପ୍ରଚାର-ପ୍ରସାରରେ ମାତି ଚାଲିଛନ୍ତି । କଂଗ୍ରେସ କ୍ଷମତାକୁ ଆସିଲେ ଯୁବ ବର୍ଗଙ୍କ ବିକାଶ ଉପରେ ଗୁରୁତ୍ୱ ଦେବ ବୋଲି ସେ କହିଛନ୍ତି ।
କଂଗ୍ରେସ ନିଜର ନିର୍ବାଚନ ଇସ୍ତାହାର ଘୋଷଣା କରିବା ପୂର୍ବରୁ ଜନସାଧାରଣଙ୍କ ମତାମତ ନେବ । ଏଥିପାଇଁ ୱେବସାଇଟ ଖୋଲାଯାଇ ମତାମତ ଗ୍ରହଣ କରାଯିବ ବୋଲି ଆଜି କଂଗ୍ରେସ ଇସ୍ତାହାର କମିଟି ବୈଠକ ପରେ ଏହାର ଅଧ୍ୟକ୍ଷ ଗଣେଶ୍ୱର ବେହେରା ପ୍ରକାଶ କରିଛନ୍ତି ।