ଦେଶ ବିଦେଶ

ବିଜୟ ଶର୍ମାଙ୍କୁ ପୋଲିସ ଡିଜି ଦାୟିତ୍ୱ

Published

on

ଭୁବନେଶ୍ୱର ୮/୪ : ଅଗ୍ନିଶମ ବିଭାଗର ମହା ନିର୍ଦ୍ଦେଶକ ବିଜୟ କୁମାର ଶର୍ମାଙ୍କୁ ଅତିରିକ୍ତି ପୋଲିସ ଡିଜି ଦାୟିତ୍ୱ ମିଳିଛି । ରାଜ୍ୟ ସରକାରଙ୍କ ସୁପାରିଶ କ୍ରମେ ଭାରତୀୟ ନିର୍ବାଚନ ଆୟୋଗ ବିକେ ଶର୍ମାଙ୍କ ନାଁକୁ ଅନୁମୋଦନ କରିଛନ୍ତି । ପତ୍ନୀଙ୍କ ଦେହାନ୍ତ ପାଇଁ ପୋଲିସ ଡିଜି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ଛୁଟିରେ ଅଛନ୍ତି । ଏବେ ନିର୍ବାଚନ ଚାଲିଥିବାରୁ ରାଜ୍ୟ ସରକାର ୩ ଜଣ ଡିଜି ପାହ୍ୟାର ଅଧିକାରୀଙ୍କ ନାଁ ଇସିଆଇଙ୍କ ନିକଟରେ ସୁପାରିଶ କରିଥିଲେ । ତେବେ ଇସିଆଇଙ୍କ ଅନୁମତି ପରେ ବି କେ ଶର୍ମାଙ୍କୁ ଡିଜିପି ଦାୟିତ୍ୱ ମିଳିଛି । ବି କେ ଶର୍ମା ୧୯୮୬ବ୍ୟାଚ୍‌ର ଆଇପିଏସ୍‌ ଅଫିସର ।

Leave a Reply

Your email address will not be published. Required fields are marked *

Trending

Exit mobile version