ମାଲକାନଗିରି ୧୮/୩ : ମାଲକାନଗିରି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜିଲ୍ଲାପାଳଙ୍କୁ ଅଭିଯୋଗ କରିବାକୁ ୩କିମି ପାଦରେ ଚାଲିଚାଲି ଯାଉଥିବା ବେଳେ ବାଲିମେଳା ହାଇସ୍କୁଲର ୨ଜଣ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି ।
ସୂଚନାନୁସାରେ, ବାଲିମେଳା ହାଇସ୍କୁଲର ପ୍ରାୟ ୫୦ଜଣ ଛାତ୍ରୀ ଆଜି ମାଲକାନଗିରି ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପାଇଁ ଚାଲିଚାଲି ଯାଉଥିଲେ । ପ୍ରବଳ ଖରାକୁ ଖାତିର ନକରି ସେମାନେ ନିଜ ବିଦ୍ୟାଳୟର ଅବ୍ୟବସ୍ଥା ଦୂର କରିବା ପାଇଁ ଜିଲ୍ଲାପାଳଙ୍କୁ ଫେରାଦ ହେବାକୁ ପ୍ରୟାସ କରିଥିଲେ । କିନ୍ତୁ ରାସ୍ତାରେ ଯାଉଥିବା ସମୟରେ ସେମାନଙ୍କ ମଧ୍ୟରୁ ତିନିଜଣ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି କରାଯାଇଛି ।