କେନ୍ଦ୍ରାପଡ଼ା ୧/୧୨ : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଅଂଚଳର ନବରକାନ ଗ୍ରାମର ଜଣେ ବାଳକ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଛନ୍ତି । ତାଙ୍କ ନାମ ଶୁଭମ୍ ରାଉତ । ୮ ବର୍ଷର ଏହି ବାଳକ ଜଣକ ଶୋ÷ଚ ହେବାବେଳେ ପାଣି ପମ୍ପ ବିଦ୍ୟୁତ୍ ଲାଇନ୍ ସଂସ୍ପର୍ଶରେ ଆସିବାରୁ ଗୁରୁତର ହୋଇପଡ଼ିଥିଲେ । ହସ୍ପିଟାଲ ନିଆଯାଇଥିଲେ ହେଁ ତାଙ୍କୁ ସେଠାରେ ମୃତ ଘୋଷଣା କରାଯାଇଥିଲା ।