ରାଜ୍ୟ

ବିଦ୍ୟୁତ ଆଘାତରେ ଜଣେ ମୃତ : କ୍ଷତିପୂରଣ ଦାବୀରେ ଗ୍ରାମବାସୀଙ୍କ ରାସ୍ତାରୋକ

Published

on

ନବରଙ୍ଗପୁର ୧୯/୪ : ଛାଲିପିଟା ଗାଁ ନିକଟରେବିଦ୍ୟୁତ ଆଘାତରେ ଜଣଙ୍କ ମୃତ୍ୟୁ ଘଟିଛି । ପରିବାରକୁ କ୍ଷତିପୂରଣ ଦାବୀରେ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି । ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଛାଲିପିଟା ଗାଁ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ଅଂଚଳରେ ଚାଲିଥିବା ଏକ ବିଦ୍ୟୁତ କାମରେ ମୃତକ କାମ କରୁଥିଲେ । ବିଦ୍ୟୁତ କାମ କରୁଥିବା ଅସ୍ଥାୟୀ କର୍ମଚାରୀ ମୋହନ କାତି ବିଦ୍ୟୁତ ଆଘାତ ପାଇ ତାଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବୀରେ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି । ଫଳରେ ଉକ୍ତ ରାସ୍ତାରେ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version