ରାଜ୍ୟ

ବିଦ୍ୟୁତ ଖୁଂଟ ବିବାଦ : ରେଲୱେ ବିଭାଗ ବନାମ ଶକ୍ତି ବିଭାଗ

Published

on

ଭୁବନେଶ୍ୱର ୧୨/୫ : ବାତ୍ୟାରେ ବିପର‌୍ୟ୍ୟସ୍ତ ହୋଇ ପଡ଼ିଥିବା ବିଦ୍ୟୁତ ବ୍ୟବସ୍ଥା ଭିତରେ ବିଦ୍ୟୁତ ଭିତିଭୂମିର ଦୁଇଟି ଚିତ୍ର । ଗୋଟିଏ ଚିତ୍ର ହେଉଛି, ଶକ୍ତି ବିଭାଗର ବିଦ୍ୟୁତ ଖୁଂଟ । ହଜାର ହଜାର ସଂଖ୍ୟାରେ ଯାହା ଭାଙ୍ଗିରୁଜି ଯାଇଛି । ଅନ୍ୟଟି ହେଉଛି ରେଳ ବିଭାଗର ବିଦ୍ୟୁତ ଖୁଂଟ, ଯାହା ବାତ୍ୟା ପରେ ବି ସଳଖ ଛିଡ଼ା ହୋଇ ରହିଛି । କେଉଁଠି ରହିଛି ସମସ୍ୟା, ପଢନ୍ତୁ— ଏହି ଦୁଇଟି ପ୍ରଶ୍ନ ସମସ୍ତଙ୍କୁ ଆନ୍ଦୋଳିତ କରୁଥିବା ବେଳେ ଆମେ ଆପଣଙ୍କ ପାଖରେ ୨ଟି ତୁଳନାତ୍ମକ ଚିତ୍ର ରଖୁଛୁ । ଗୋଟିଏ ହେଉଛି ସେସୁ ଅଧିନରେ ଥିବା ବିଦ୍ୟୁତ ବଂଟନର ଭିତିଭୂମି । ଫନି ବାତ୍ୟା ପରେ କିଭଳି ମାଟିରେ ମିଶିଯାଇଛି ହଜାର ହଜାର ବିଦ୍ୟୁତ ଖୁଂଟି । ଅନ୍ୟ ଚିତ୍ରକୁ ଦେଖନ୍ତୁ , ଏ ହେଉଛି ରେଳ ବିଭାଗର ବିଦ୍ୟୁତ ଖୁଂଟ । ୧୮୦ କିଲୋମିଟର ପବନ ପରେ କିଭଳି ସଳଖ ହୋଇ ଠିଆ ହୋଇଛି ଏହି ବିଦ୍ୟୁତ ଖଂଟଗୁଡ଼ିକ । ଅର୍ଥାତ ବାତ୍ୟା ଫୋନିର କୌଣସି ପ୍ରଭାବ ପଡନି ରେଳ ବିଭାଗ ଅଧିନରେ ଥିବା ବିଦ୍ୟୁତ ଭିତିଭୂମି ଉପରେ ।

Leave a Reply

Your email address will not be published. Required fields are marked *

Trending

Exit mobile version