ନୂଆଦିଲ୍ଲୀ ୮/୪ : ସୋମବାର ସୁପ୍ରିମକୋର୍ଟ ଭିଭିପାଟ ଏବଂ ଇଭିଏମ ସହିତ ଜଡିତ ଥିବା ଏକ ମାମଲାର ଶୁଣାଣି କରିଛନ୍ତି । ଇଭିଏମ-ଭିଭିପାଟର ମିଳନ ସମ୍ବନ୍ଧରେ ବିରୋଧିଙ୍କ ଆବେଦନ ଉପରେ ଶୁଣାଣି କରି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ସୁପ୍ରମକୋର୍ଟ ରାୟ ଦେଇ କହିଛନ୍ତି ଯେ ସବୁ ବିଧାନସଭା ନିର୍ବାଚନ କ୍ଷେତ୍ରରେ ଗୋଟିଏ ବଦଳରେ ୫ ଇଭିଏମ-ଭିଭିପାଟର ମିଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଏହା ଗୋଟିଏ ଭିଭିପାଟରେ ସୀମିତ ରହିଥିଲା ।
ସର୍ବୋଚ୍ଚ ନ୍ୟାୟାଳୟ ସୋମବାର ନିର୍ବାଚନ ଆୟୋଗଙ୍କୁ ନର୍ଦ୍ଦେଶ ଦେଇଛନ୍ତି ଯେ ଆଗାମୀ ନିର୍ବାଚନରେ ହେବାକୁ ଥିବା ଭିଭିପାଟ ସହ ଚିରିକୁଟିର ମିଳନ ସଂଖ୍ୟାକୁ ପୂର୍ବ ତୁଳଣାରେ ବୃଦ୍ଧି କରାଯାଉ । ଏପରି ସ୍ଥିତିରେ ମେ ୨୩ରେ ଲୋକସଭା ନିର୍ବାଚନର ପରିଣାମ ଆସିବାରେ ଡେରି ହୋଇପାରେ ।
ଗୋଟିଏ ଲୋକସଭା ଆସନର ସବୁ ବିଧାନସଭା ଆସନ ଉପରେ ୫ଟି ବୁଥରେ ଇଭିଏମର ଗଣନା ହେବା । ଏହାର ଅର୍ଥ ବର୍ତ୍ତମାନ ୫ ଗୁଣା ଅଧିକ ଭିଭିପାଟରେ ଗଣନା ହେବ । ଅର୍ଥାତ ଯଦି ଗୋଟିଏ ଲୋକସଭା ଆସନରେ ୫ଟି ବିଧାନସଭା ମଣ୍ଡଳି ଆସୁଛି ତେବେ ସେଠାରେ ୩୦ଟି ଭିଭିପାଟରେ ଗଣନା ହେବ । ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲର ଶୁଣାଣି କରିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ରଜନ ଗୋଗୋଇ କହିଛନ୍ତି ଯେ, ଗୋଟିଏ ନିର୍ବାଚନ କ୍ଷେତ୍ରରେ ଗୋଟିଏ ପରିବର୍ତ୍ତେ ୫ଟି ଇଭିଏମରେ ମତଦାନ ହେବା ଫଳରେ ଏହାର ପ୍ରମାଣିକତା, ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ସମସ୍ତଙ୍କ ବିଶ୍ୱାସ ରହିବ । ନିର୍ବାଚନ ପ୍ରକ୍ରିୟାକୁ ନେଇ ରାଜନୈତିକ ଦଳର ଏବଂ ସାଧାରଣ ଲୋକେ ମଧ୍ୟ ସୁନିଶ୍ଚିତ ହୋଇଯିବେ ।
ପୂର୍ବରୁ ଗୋଟିଏ ଲୋକସଭା ଆସନର ଗୋଟିଏ ବିଧାନସଭାରେ ଗୋଟିଏ ବୁଥରେ ଭିଭିପାଟ ସହ ଚିରିକୁଟର ମିଳନ କରାଯାଉଥିଲା । କିନ୍ତୁ କୋର୍ଟଙ୍କ ନିର୍ଦ୍ଦେଶ ପର ଏବଂ ପ୍ରତ୍ୟେକ ଲୋକସଭା ଆସନରେ ୫ଟି ଇଭିଏମ ସହିତ ଭିଭିପାଟ ଚିରିକୁଟି ଗୁଡିକର ମିଳନ କରାଯିବ ।