କେନ୍ଦୁଝର ୩୦/୩ : ଚଳିତ ନିର୍ବାଚନରେ ବ୍ୟାପକ ଟଙ୍କା କାରବାର ଉପରେ ରୋକ ଲଗାଇବା ପାଇଁ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । ଟଙ୍କା କାରବାରକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ତେବେ ଏହାକୁ କିନ୍ତୁ ପ୍ରାର୍ଥୀ ଖାତିର କରୁନାହାନ୍ତି । ଆଜି ଚମ୍ପୁଆର କଂଗ୍ରେସ ପ୍ରାର୍ଥୀ ଯଦୁମଣି ବାରିକଙ୍କ କାରରୁ ୧ଲକ୍ଷ ୯୫ହଜାର ଟଙ୍କା ଜବତ ହୋଇଛି ।
ସୂଚନାନୁସାରେ, ଆଜି ଚମ୍ପୁଆ କଂଗ୍ରେସ ପ୍ରାର୍ଥୀ ଯଦୁମଣିଙ୍କ କାରକୁ ପୋଲିସ ଶଙ୍କରପୁର ଛକରେ ଅଟକାଇଥିଲା । କାର ଭିତରୁ ୧ଲକ୍ଷ ୯୫ହଜାର ଟଙ୍କା ପୋଲିସ ଜବତ କରିଥିଲା । ଏହାସହ ଦଳୀୟ ବ୍ୟାନର, ପୋଷ୍ଟର ମଧ୍ୟ ମିଳିଥିଲା । ଏନେଇ ବିଧାୟକ ପ୍ରାର୍ଥୀଙ୍କୁ ପୋଲିସ ଥାନାକୁ ଡାକି ପଚରାଉଚରା କରୁଛି ।