ରାଜ୍ୟ

ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି ମାଟ୍ରିକ ପରୀକ୍ଷା ଛାତ୍ରଛାତ୍ରୀ

Published

on

ଅସ୍ତରଙ୍ଗ ୨୨/୨ : ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ଅସ୍ତରଙ୍ଗର ତାଳଦା ଦୀପାଂଚଳରେ । ଏହି ଅଂଚଳରୁ ପ୍ରାୟ ୫୦ ଜଣ ପରୀକ୍ଷାର୍ଥୀ ଦେବୀ ନଦୀରେ ଡଙ୍ଗା ପାର ହୋଇ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ଦେଖିବାକୁ ମିଳିଥିଲା । ଡଙ୍ଗା ଉପରେ ଛାତ୍ରଛାତ୍ରୀମାନେ ବସି ରହିଛନ୍ତି । ଗାଡି ମଧ୍ୟ ଥୁଆ ହୋଇଛି । କୌଣସି ଲାଇଫ ଜ୍ୟାକେଟର ବ୍ୟବସ୍ଥା ନାହିଁ । ଆଉ ପରୀକ୍ଷା ଦେବାକୁ ଯାଉଛନ୍ତି ଛାତ୍ରଛାତ୍ରୀ । ସୁରେନ୍ଦ୍ରନାଥ ବିଦ୍ୟାପୀଠ ପରୀକ୍ଷା କେନ୍ଦ୍ରକୁ ଆସୁଥିବା ଏହି ଛାତ୍ରଛାତ୍ରୀମାନେ ପରୀକ୍ଷା ଆରମ୍ଭ ହେବାର ଯଥେଷ୍ଟ ପୂର୍ବରୁ ଏହିପରି ବିପଦ ସଙ୍କୁଳ ଅବସ୍ଥାରେ ନଦୀ ପାର ହେବାକୁ ବାଧ୍ୟ ହେଉଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version