ଦେଶ ବିଦେଶ

ବିବାଦୀୟ ମନ୍ତବ୍ୟ ଦେଇଥିବା ହେତୁ ତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦିଆଯାଇନାହିଁ : ମେନକା ଗାନ୍ଧୀ

Published

on

ଉତ୍ତରପ୍ରଦେଶର ୩/୬ : ସାଂସଦ ମେନକା ଗାନ୍ଧୀଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇନାହିଁ। ଏହାକୁ ନେଇ ମେନକା ନିଜର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ସେ ତିନିଦିନ ହେବ ନିଜର ନିର୍ବାଚନ ମଣ୍ଡଳୀ ସୁଲତାନପୁର ଗସ୍ତରେ ଆସିଥିବା ଅବସରରେ କହିଛନ୍ତି ଯେ କାହିଁକି ମନ୍ତ୍ରୀ କରାଗଲା ନାହିଁ,ତାହା ତାଙ୍କୁ ନ ପଚାରି,ଲୋକଙ୍କୁ ପଚାରନ୍ତୁ।
ମେନକା ଦୀର୍ଘ ସମୟ ଧରି ସାଂସଦ ଅଛନ୍ତି। କିନ୍ତୁ ଗତ ଲୋକସଭା ନିର୍ବାଚନ ସମୟରେ ବିବାଦୀୟ ମନ୍ତବ୍ୟ ଦେଇଥିବା ହେତୁ ତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦିଆଯାଇନଥିବା କୁହାଯାଉଛି। ସେ ମୁସଲିମ୍ ଭୋଟରଙ୍କୁ ଚେତାବନୀ ଦେଇ କହିଥିଲେ ଯେ ଯଦି ତାଙ୍କୁ ଭୋଟ୍ ନ ଦେବେ,ତେବେ ଜିତିବା ପରେ ତାଙ୍କ ପାଖକୁ ଆସିବେ ନାହିଁ।

Leave a Reply

Your email address will not be published. Required fields are marked *

Trending

Exit mobile version