ନୂଆଦିଲ୍ଲୀ: ବିବାଦୀୟ ସିଏଏ ବା ନାଗରିକ ସଂଶୋଧନ ଆଇନକୁ ଦେଶରେ ଲାଗୁ ନକରିବାରେ ସରକାରଙ୍କର କୌଣସି ବାହ୍ୟ ଚାପରେ ଅଛନ୍ତି କି?
ଏହି ପ୍ରଶ୍ନ ବର୍ତ୍ତମାନ ବିଭିନ୍ନ ମହଲରେ ଚର୍ଚ୍ଚା ହେବାରେ ଲାଗିଛି।
ଗତ ବର୍ଷ ଡ଼ିସେମ୍ବର ମାସରେ ସରକାର ବହୁ ଅଲୋଚନା ସମାଲୋଚନା ଭିତରେ ସରକାର ସିଏଏ ବିଲକୁ ସାଂସଦ ରେ ପରିତ କରି ଆଇନରେ ପରିଣତ କରିଥିଲେ। ହେଲେ ଇତି ମଧ୍ୟରେ ବର୍ଷେ ବିତିବାକୁ ଗଲାଣି ସିଏଏ ଆଇନର ନିୟମାବଳୀ ତିଆରି ହୋଇ ପାରିଲା ନାହିଁ।
ବ୍ୟବସ୍ଥା ଅନୁଯାୟୀ ଛଅ ମାସ ଭିତରେ ନିୟମାବଳୀ ଲାଗୁ ହୋଇ ଆଇନ କାର୍ଯ୍ୟକାରୀ ହେବା କଥା। ଏହା ନ ହୋଇ ପାରିଲେ ସରକାରଙ୍କୁ ସମୟ ବୃଦ୍ଧି କରିବାର ଆବଶ୍ୟକତା ରହିଛି। ସରକାର ଗତ ଅଗଷ୍ଟ ମାସରେ ତିନିମାସ ସମୟ ନେଇଥିଲେ। ସେ ସମୟ ଅବଧି ବି ପୂରଣ ହୋଇ ଗଲାଣି। ତଥାପି ନିୟମାବଳୀ ପ୍ରକାଶ ହୋଇ ପାରୁନି।
ଆଲୋଚନା ହେଉଛି ଯେ ସରକାର ବାହ୍ୟ ଶକ୍ତି ଚାପରେ ଆଇନକୁ ଲାଗୁ କରିବା ନେଇ ଦ୍ଵିଧାରେ ଅଛନ୍ତି।
ପଡୋଶୀ ବାଂଲାଦେଶର ରାଷ୍ଟ୍ରପତି ଶେଖ ହସିନା ଏହି ଆଇନକୁ ଘୋର ବିରୋଧ କରୁଛନ୍ତି। ଏଭଳିକି ଏହି ଆଇନ ପରିତ ହେବାପରେ ବାଂଲାଦେଶର ତିନି ତିନିଜଣ ମନ୍ତ୍ରୀ ସେମାନଙ୍କର ଭାରତ ଗସ୍ତକୁ ବାତିଲ କରି ଦେଇଛନ୍ତି।
ଆସନ୍ତା ମାର୍ଚ୍ଚ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବାଂଲାଦେଶ ଗସ୍ତ ରହିଛି। ସିଏଏ ଆଇନ ଲାଗୁ ହେଲେ ବାଂଲାଦେଶରେ ମୋଦୀ ଗସ୍ତକୁ ସେଠାକାର ମୁସଲମାନମନେ ଵିରୋଧ କରି ପାରନ୍ତି। ଏହି ଆଶଙ୍କାରେ ସରକାର ନିୟମ ପ୍ରଣୟନକୁ ବିଲମ୍ବିତ କରୁଛନ୍ତି।
ବର୍ତ୍ତମାନ ପରିସ୍ଥିତିରେ ଭାରତର ପଡୋଶୀ ରାଷ୍ଟ୍ର ଚୀନ, ପାକିସ୍ତାନ ଏଭଳିକି ନେପାଳ ସହ ଦେଶର ସମ୍ପର୍କ ଖରାପସ୍ଥିତି ଅଛି। ଏଭଳି ସମୟରେ ପଡୋଶୀ ବାଂଲାଦେଶସହ ସମ୍ପର୍କ ବିଗାଡିବାକୁ ସରକାର ନଚାହିଁବା ସ୍ୱାଭାବିକ।
ସିଏଏ ଆଇନ ଦେଶରେ କାର୍ଯ୍ୟକାରୀ ହେଲେ ଭାରତର ନିର୍ଭରଯୋଗ୍ୟ ଦୁଇ ମୁସିଲ ରାଷ୍ଟ୍ର ସାଉଦି ଆରବ ଓ ଇରାନ ବି ଅସନ୍ତୁଷ୍ଟ ହେବାର ସମ୍ଭାବନା ରହିଛି। ଏହି ଦୁଇ ଦେଶସହ ଭାରତର କେବଳ ସୁସମ୍ପର୍କ ରହିଛି ତାହା ନୁହେଁ ବାଣିଜ୍ୟିକ ସମ୍ପର୍କ ବେଶ ନିବିଡ଼ ରହିଛି।
ବର୍ତ୍ତମାନ ଦେଶରେ ଯେଉଁ ରାଜନୈତିକ ସ୍ଥିତି ରହିଛି ଏବଂ ଦେଶର କୂଟନୈତି ସମ୍ପର୍କ ଅନ୍ୟ ଦେଶଗୁଡିକ ସହ ରହିଛି ସେହି ଦୃଷ୍ଟିରୁ ଦେଖିଲେ ସରକାର କେବେ ଏହି ସିଏଏ ନିୟମାବଳୀ ଲାଗୁ କରିବେ ତାହା ବର୍ତ୍ତମାନ କହିବା ସମ୍ଭବ ନୁହେଁ।