ଥିରୁଅନନ୍ତପୁରମଲ ୨୧/୪ : କେରଳରେ ହୋଇଥିବା ଭୟାନକ ବନ୍ୟା ପରେ ତମାମ ସାମାଜିକ ଏବଂ ସାଂସ୍କୃତିକ ବାଧା ବିଗ୍ନ ଶେଷ ହୋଇଯାଇଥିଲା । ଏହାର ପରିଣାମ ଏପରି ହେଲା ଯେ ରାଜ୍ୟର ସମସ୍ତ ବର୍ଗ, ଧର୍ମ ଏବଂ ସବୁ ରାଜନୈତିକ ଦଳମାନେ ଏକାଠି ହୋଇଥିଲେ । ଆଠ ମାସ ପରେ ପୁଣି ଥରେ ରାଜ୍ୟର କାୟାକଳ୍ପ ବଦଳି ଯାଇଛି । ଏପରି ସ୍ଥିତିରେ ରାଜନୈତିକ ଦଳମାନେ ବିଭିନ୍ନ ସମୀକରଣ କରିବାରେ ଲାଗିଛନ୍ତି । ବିଭାଜନର ନୂଆ ନୂଆ ସମୀକରଣ ନେଇ ନୂଆ ଦିଗରେ ଆଗକୁ ବଢୁଛି ରାଜ୍ୟ ।
ୟୁଡିଏଫ, ସିପିଏମ ନେତୃତ୍ୱେର ଥିବା ଏଲଡିଏଫ ଏବଂ ବିଜେପି ନେତୃତ୍ୱରେ ଥିବା ଏନଡିଏ ପାଇଁ ରାଜ୍ୟରେ ଥିବା ୨୦ ଆସନରେ କର ବା ମର ସ୍ଥିତି । ରାଜ୍ୟରେ ସାବରୀମାଳ ଏବଂ ରାଜନୈତିକ ହିଂସା ନିର୍ବାଚନର ମୁଦ୍ଦା ହୋଇଛି, ଯେତେବେଳେ କି ଏହି ସବୁ ମୁଦ୍ଦାରେ ଏଲଡିଏଫ ଫଛରେ ପଡୁଥିବା ନଜର ଆସୁଛି । ଅନ୍ୟପଟେ ବିଜେପି ସାବରୀମାଳା ମୁଦ୍ଦାରେ ସୁପ୍ରିମକୋର୍ଟଙ୍କ ବିରୋଧରେ ଯାଇ ଲୋକଙ୍କ ମଧ୍ୟରେ ନିଜର ସ୍ଥିତି ସୁଦୃଢ କରିବାକୁ ଚେଷ୍ଟା କରିଛି ।
ସାବରୀମାଳା ମାମଲାରେ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିବା ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ହିନ୍ଦୁ ଭୋଟଙ୍କୁ ରାଜ୍ୟରେ ବିଭାଜନ କରିବା ଲକ୍ଷ୍ୟରେ ଅଛନ୍ତି । ସିପିଏମ ଆଶା କରିଥିଲା ଯେ ଉଚ୍ଚ ଜାତିର ହିନ୍ଦୁ ଅଲଗା ହେବା ପରେ ତଳ ସ୍ତରର ହିନ୍ଦୁମାନେ ଏକାଠି ହୋଇଯିବେ । ଏହିପରି କିଛି ଗଣିତ ଅଳ୍ପସଂଖ୍ୟକଙ୍କ ମଧ୍ୟରେ, ଜିତିବା ପାଇଁ ମଧ୍ୟ କରାଯାଇଥିଲା । ଏହା ପଛରେ ଏପରି ସମୀକରଣ ଥିଲା ଯେ ଅଳ୍ପସଂଖ୍ୟକଙ୍କ ବଡ ସଂଖ୍ୟା ଏବଂ ହିନ୍ଦୁମାନଙ୍କ ଅଧା ଭୋଟକୁ ମିଶାଇ ମଜବୁଦ ମେଣ୍ଟ କରିବାକୁ ଚେଷ୍ଟା କରାଯାଉଛି ।
ସାବରୀମାଳା ପ୍ରସଙ୍ଗ ପରେ ଏଲଡିଏଫ ସେତେବେଳେ ଆହୁରି ଏକ ବଡ ଝଟକା ଲଗିଥିଲା ଯେତେବେଳେ ଫେବ୍ରୁଆରୀ ମାସରେ କାସରଗୋଡରେ ଦୁଇ ଜଣ କଂଗ୍ରେସ ନେତାଙ୍କୁ ହତ୍ୟା କରିବାର ଅଭିଯୋଗ ସିପିଏମ କର୍ମୀଙ୍କ ଉପରେ ଲଗିଥିଲା । ଏହି ହତ୍ୟାକାଣ୍ଡ ପରେ ରାଜ୍ୟରେ ରାଜନୈତିକ ଉଷ୍ଣତା ବେଶ ଦେଖାଦେଇଥିଲା । ଯାହାକୁ ରାଜ୍ୟରେ କଂଗ୍ରେସ ଏବଂ ବିଜେପି ନିଜର ନିର୍ବାଚନ ମୁଦ୍ଦା କରିବାକୁ ଯାଉଛନ୍ତି ।