ଭଞ୍ଜନଗର ୧୮ : ସୋମବାର ଭଞ୍ଜନଗରରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ସେ ଉଦ୍ବୋଧନ ଦେଇ କହିଥିଲେ ଯେ, ‘କାଳିଆ’ ଯୋଜନା ଦେଶକୁ ବାଟ ଦେଖାଉଛି ।
‘କାଳିଆ’ ଯୋଜନାରେ କ୍ଷୁଦ୍ର ଚାଷୀ, ଭୂମିହୀନ ଚାଷୀ ଓ ଭାଗ ଚାଷୀମାନଙ୍କ ପାଇଁ ସୁବିଧା ରହିଛି । କିନ୍ତୁ ପିଏମ-କିଷାନ ଯୋଜନାରେ ଏହିସବୁର ସୁବିଧା ନାହିଁ । ଏନେଇ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଅବଗତ କରାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେପଟେ ଭଞ୍ଜନଗର ଠାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ବୌଦ୍ଧ ଗସ୍ତ ସାରି ନବୀନ ଗଞ୍ଜାମର ଭଞ୍ଜନଗରରେ ପହଂଚିଥିଲେ । ସେଠାରେ ମଧ୍ୟ ୨୧ କୋଟି ୨୬ ଲକ୍ଷ ଟଙ୍କାର ୩ଟି ପ୍ରକଳ୍ପର ଉଦଘାଟନ କରିବା ସହ ଅନ୍ୟ ୨୪ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବୈଦ୍ଧ କଂଟାମାଳରେ ୧୧୬ କୋଟି ଟଂକାର ୪୫ଟି ଜନହିତକାରୀ ପ୍ରକଳ୍ପର ଉଦଘାଟନ କରିଛନ୍ତି ନବୀନ । ଏଥିରେ ୪ଟି ହାଇଭୋଲଟେଜ୍ ସେତୁ, ୬ଟି ସଡ଼କ ପ୍ରକଳ୍ପ ରହିଛି ।